ବୁଗୁଡ଼ା, 20/08/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):

ବୁଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ବଳଦେବ ଜୀଉ ମହିଳା ମହାବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ଅବସରରେ ଏକ ଭୋଟର ସାକ୍ଷରତା ଓ ସଚେତନତା ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ଛାତ୍ରୀମାନଙ୍କୁ ଗଣତନ୍ତ୍ରରେ ଭୋଟଦାନର ଗୁରୁତ୍ୱ, ନିର୍ବାଚନ ପ୍ରକ୍ରିୟା ଏବଂ ଭୋଟର ତାଲିକାରେ ନାମ ସଂଯୋଜନ, ସଂଶୋଧନ ଓ ବିଲୋପ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା।ଏହି ଶିବିରରେ ଗୋଷ୍ଠୀଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ ଉପସ୍ଥିତ ରହି ୧୮ ବର୍ଷ ବୟସ ପୂରଣ କରିଥିବା ପ୍ରତ୍ୟେକ ଯୁବକ-ଯୁବତୀଙ୍କର ଭୋଟର ଭାବେ ପଞ୍ଜୀକରଣ କରିବା ଏକ ସାମ୍ବିଧାନିକ ଅଧିକାର ଓ ଦାୟିତ୍ୱ। ନିଜ ଭୋଟର ପରିଚୟପତ୍ର ଓ ଭୋଟର ତାଲିକାର ତଥ୍ୟ ସଠିକ୍ ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।ଏହି ଅବସରରେ ନିର୍ବାଚନ ସଚେତନତା ସମ୍ପର୍କିତ ବିଭିନ୍ନ ବାର୍ତ୍ତା, ଶପଥ ପାଠ ଏବଂ ବିତର୍କ ମାଧ୍ୟମରେ ଯୁବ ଭୋଟରମାନଙ୍କୁ ନିର୍ଭୀକ, ନିରପେକ୍ଷ ଓ ସଚେତନ ଭାବେ ମତଦାନ କରିବାକୁ ପ୍ରେରିତ କରାଯାଇଥିଲା। ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷା, ଅଧ୍ୟାପକ-ଅଧ୍ୟାପିକା, ବିଏଲଓ ଏବଂ ବହୁ ସଂଖ୍ୟକ ଛାତ୍ରୀ ଉପସ୍ଥିତ ଥିଲେ,(SIR) ଅଭିଯାନ ପରିପ୍ରେକ୍ଷୀରେ ଆୟୋଜିତ ଭୋଟର ସାକ୍ଷରତା ସମ୍ପର୍କିତ ଶିବିରରେ ଭୋଟର ସମ୍ବନ୍ଧୀୟ ସଚେତନତା ସହ ତର୍କ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।