ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା ଭଗବତୀ ହାଇସ୍କୁଲ ପରିସରରେ ପୋଷ୍ୟ ବୃକ୍ଷ ଅଭିଯାନ

ଜଗତସିଂହପୁର, 21/08/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ପ୍ରକୃତି ବନ୍ଧୁ ପ୍ରଦ୍ୟୁମ୍ନ ରଥ ଙ୍କ ପ୍ରେରଣା ରେ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଗୋଟିଏ ଗୋଟିଏ ବୃକ୍ଷ ପୋଷ୍ୟ ଗ୍ରହଣ କରିବା ସହିତ ଏକ ନିଆରା ପ୍ରୟାସ କରିଥିଲେ lଶ୍ରୀ ରଥ ଓ ଛାତ୍ର ଛାତ୍ରୀ ମିଳିତ ଭାବେ ପ୍ରତ୍ୟେକ ଗଛର ଉପକାରିତା, ମହତ୍ତ୍ୱପୂର୍ଣ୍ଣ, ବୈଜ୍ଞାନିକ ନାମ, କେଉଁ ପ୍ରଜାତିର, ଓ ଇଂରାଜୀ ନାମ ଓଡ଼ିଆ ନାମ ସହିତ ପୋଷ୍ୟ ବୃକ୍ଷ ଗ୍ରହଣ କରିଥିବା ପିଲାଙ୍କ ଶ୍ରେଣୀ, ରୋଲ୍ ନମ୍ବର ଓ ଫଟୋ ସହ ପତ୍ୟେକ ଗଛର ଆଇ କlର୍ଡ କରି ଗଛବିଷୟରେ ସୂଚନା ଦେଇଛନ୍ତି। ଏହା ସହିତ ଉକ୍ତ ବିଦ୍ୟାଳୟ ରେ ବୃକ୍ଷ ଉପକାରିତା ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ ହୋଇଥିଲl। ଏହି ସଭାରେ ସ୍କୁଲ ର ପ୍ରଧାନ ଶିକ୍ଷକ ବିଜୟ କୁମାର ଖଣ୍ଡୁଆଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟ, ମୂଖ୍ୟ ବକ୍ତା ଡ଼ଃ ବସନ୍ତମଞ୍ଜରୀ ଦାସ ଓ ସମ୍ମାନୀତ ଅତିଥି ଭାବରେ ଗରାମ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି, ଶିକ୍ଷାବିତ୍ ସୁଧୀର କୁମାର ମହାରଣା, , ଶିକ୍ଷକ ଶେଖ ଅବଦୁଲ ଅୟlସ , ଶିକ୍ଷକ ଶ୍ରୀକାନ୍ତ କୁମର ବେଉରା ଉପସ୍ଥିତ ଥିଲେ । ସଚେତନତା ସଭା ପରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ଗୋଟିଏ ଗଛକୁ ପୋଷ୍ୟ ଭାବେ ଗ୍ରହଣ କରି ଶପଥ ପାଠ କରିଥିଲେ l
5