ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ବର୍ଗତ ଦୁର୍ଗାଚରଣ ମୁଦୁଲିଙ୍କ ଏକାଦଶାହ ଉପଲକ୍ଷେ ସ୍ମୁତି ସଭା

ରାହାମା, 21/08/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ରିପୋର୍ଟ ) :
Article Image
ତା - ୨୦ /୦୮ କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଈ ଗ୍ରାମ ପଞ୍ଚାୟତ ଗଭଡ଼ି ଗ୍ରାମର ବରିଷ୍ଠ ସମାଜସେବୀ ତଥା ସାର୍ବଜନୀନ ଦୁର୍ଗାପୂଜା କମିଟିର ସମ୍ପାଦକ ସ୍ବର୍ଗତ ଦୁର୍ଗାଚରଣ ମୁଦୁଲିଙ୍କ ଏକାଦଶାହ ଉପଲକ୍ଷେ ସ୍ମୁତି ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସ୍ମୁତି ସଭା ରେ ପୋତାନଈ ସରପଞ୍ଚ ବ୍ରଜ କିଶୋର ମହାରାଜ ସଭାପତିତ୍ୱରେ ଦିବ୍ୟଗତ ଆତ୍ମର ସଦଗଦି ନିମନ୍ତେ ଫୋଟୋ ରେ ମାଲ୍ୟ ପୁଷ୍ପ ଅର୍ପଣ କରିବା ସହିତ ମୁରାରୀ ମୋହନ ମିଶ୍ର ଗୀତାପାଠ ଗୀତା ପଠନ କରିବା ସହିତ ସଭାକୁ ଶିକ୍ଷକ ନେତା ବିନୋଦ ବିହାରୀ ମୁଦୁଲି ସଂଯୋଜନା କରିଥିଲେ। ଉକ୍ତ ସଭାରେ ଯୁବ ସମାଜ ସେବୀ ପ୍ରତାପ ଚନ୍ଦ୍ର ଦାସ, ଶିଳ୍ପମନ୍ତ୍ରୀ ଙ୍କ ପ୍ରତିନିଧି ଦିଲ୍ଲୀପ ବେହେରା,ବିଷ୍ଣୁ ଚରଣ ମୁଦୁଲି, ରମାକାନ୍ତ ମୁଦୁଲି,ଶଙ୍କର୍ଷଣ ବାରିକ,ମାଗୁଚରଣ ଜେନା,ରାଜେନ୍ଦ୍ର ସାହୁ,କେଦାରନାଥ ବାରିକ,ଛବିନ୍ଦ୍ର ସ୍ୱାଇଁ,ଜଗବନ୍ଧୁ ସାହୁ,ନୃସିଂହ ଚରଣ ଚୌଧୁରୀ,ହେମନ୍ତ ମୁଦୁଲି,ବଳରାମ ମହାପାତ୍ର,ସାରଦା ପ୍ରସାଦ ଜେନା,ସୁବାସ ସେଠି,ପ୍ରଦୀପ୍ତ ଦାସ,ରୋହିତ ମୁଦୁଲି ବନ୍ଧୁ ପରିବାରବର୍ଗ ଉପସ୍ଥିତ ରହି ସ୍ମୁତି ଚାରଣ କରିଥିଲେ।ପରିଶେଷ ରେ ପୁଅ ଯଶୋବନ୍ତ ମୁଦୁଲି ଧନ୍ୟବାଦ ଦେଇଥିଲେ।ସ୍ମୃତି ସଭା ପରେ ଭଜନ ସଭା ଅନୁଷ୍ଠିତ ହୋଇଥିଲା । ସ୍ବର୍ଗତ ଦୁର୍ଗା ଚରଣ ମୁଦୁଲି ଧର୍ମପରାୟଣ, ମିଷ୍ଟଭାଷୀ, ସମାଜ ସେବୀ, ପରୋ ଉପକାରୀ ବେକ୍ତି ଥିଲେ।ସାର୍ବଜନୀନ ଦୁର୍ଗା ପୂଜା କମିଟି , ଚନ୍ଦାପାଟ ତରଫରୁ ପତ୍ନୀ ସଞ୍ଜୁ ଲତା ମୁଦୁଲି ଙ୍କୁ ଆର୍ଥୀକ ଦଶହଜାର ଟଙ୍କା ପ୍ରଦାନ କରାଯାଇଥିଲା
5