ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ରେ "ବିକଶିତ ଗାଁ, ବିକଶିତ ଓଡିଶା" ବିଷୟରେ ସ୍ୱତନ୍ତ୍ର ସମିତି ବୈଠକ

ବୁଗୁଡ଼ା, 25/02/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ୨୫ ତାରିଖ, ମଙ୍ଗଳବାର ଦିନ ବୁଗୁଡ଼ା ସମିତିର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ "ବିକଶିତ ଗାଁ, ବିକଶିତ ଓଡିଶା" ଯୋଜନା ବିଷୟରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଳକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ ଅଧ୍ୟକ୍ଷତା କରିଥିବା
Article Image
ବେଳେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଗ୍ରାମରୁ ସହର ଅଭିମୁଖେ ଯାଉଥିବା ଲୋକଙ୍କୁ କିଭଳି ଭାବେ ଗ୍ରାମରେ ରୋଜଗାର ଯୋଗାଇ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି କରି ଲୋକଙ୍କ ଆବଶ୍ୟକ ଯୋଜନା କରିବା, ପ୍ରତ୍ୟେକ ପଞ୍ଚାୟତର ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ ହୋଇ ପାରିବେ, କରସିଙ୍ଗି, କରଚୁଲି ଓ ମାଣିତରା ତିନି ପଞ୍ଚାୟତର ଆଦିବାସୀ ଗ୍ରାମର ଜନସାଧାରଣ କିଭଳି ଭାବେ ଜଙ୍ଗଲ ଜମି ପଟ୍ଟା ପାଇପାରିବେ ତାହାକୁ ନେଇ ଜନପ୍ରତିନିଧି ଙ୍କୁ ଅବଗତ କରାଇଥିଲେ। ତାକରଡା,ଅନ୍ତରପଡା, ଅରଖପୁର, ଭାମଶ୍ଯାଳି,ଗୋଳାବନ୍ଧ,ମୋଟାବାଡି ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ପଞ୍ଚାୟତର ପ୍ରତିନିଧି ମାନେ ପ୍ରକାଶ କରିଥିଲେ। ଯାହାକୁ ନେଇ ମନ୍ତ୍ରୀ ପରିପ୍ରକାଶ କରି ସମାଧାନ କରିଥିଲେ। ମିଳିତ ଭାବେ ଗ୍ରାମର ବିକାଶକୁ ଆଗେଇ ନେଲେ ରାଜ୍ୟ ସହିତ ଦେଶର ବିକାଶ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିଲେ। ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ର ପ୍ରଥମେ ଯୋଜନା ବିଷୟରେ ଧାରଣା ପ୍ରଦାନ କରିଥିଲେ। ଉପାଧ୍ୟକ୍ଷ ମାନଷ ପ୍ରଧାନ, ଜିଲ୍ଲା ପରିଷଦ ମେମ୍ବର ଗଙ୍ଗାପାଣି ଜେନା, ସାଂସଦ ପ୍ରତିନିଧି କାହ୍ନୁଚରଣ ଖଟେଇ, ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଲକ୍ଷ୍ମଣ କହଁର, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ,ଏକାଉଣ୍ଟଟେଣ୍ଟ ପରାସର ଦାସ ମଞ୍ଚାସୀନ ଥିଲେ। ୨୧ ଗୋଟି ପଞ୍ଚାୟତର ସରପଞ୍ଚ,ସମିତି ମେମ୍ବର ବ୍ଳକ କର୍ମଚାରୀ ବୃନ୍ଦ ଯୋଗଦେଇ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନା ବିଷୟର ଆଲୋଚନାରେ ଅଂଶ ଗ୍ରହଣ କରି ଗ୍ରାମର ଉନ୍ନତି ପାଇଁ ସଂକଳ୍ପ ନେଇଥିଲେ।ବିକଶିତ ଗାଁ ବିକଶିତ ଓଡିଶା ଆସିବାକୁ ଥିବା ଅନୁଦାନ ପଞ୍ଚାୟତର ଲୋକ ସଂଖ୍ୟା ହିସାବରେ ପ୍ରଦାନ କରାଯିବ ବୋଲି ଜଣାପଡିଛି।
Article Image
1