ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଣିଧାରା( ୱାଦା) ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ପାରାଦ୍ୱୀପ ରୁ ବାହାରି ଶ୍ରୀକ୍ଷେତ ପୁରୀ ରେ ସଚେତନତା କାର୍ଯ୍ୟକ୍ରମ ରେ ଯୋଗ ଦେଲେ ଯୁବ ବର୍ଗ।।

ରାହାମା, 21/08/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ରିପୋର୍ଟ ) :
Article Image
୨୦/୦୮ ଦେଶର ଭବିଷ୍ୟତ ଗଢି ତୋଳିବା ପାଇଁ ଯୁବକ ଓ ଛାତ୍ରଛାତ୍ରୀମାନଙ୍କ ପ୍ରମୁଖ ଭୂମିକା ଥିବା ବେଳେ, ବିଭିନ୍ନ ପ୍ରକାର ଅବୈଧ ନିଶାଦ୍ରବ୍ୟ କାରବାର ସେମାନଙ୍କୁ ପଥ ଭ୍ରଷ୍ଟ କରୁଛି | ଏହା କେବଳ ଅବିଭାବକ କିମ୍ବା ପରିବାର ପାଇଁ ଚିନ୍ତାର ବିଷୟ ନୁହଁ ବରଂ ଏହା ସମଗ୍ର ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି | ଏହି ପରିସ୍ଥିତିରୁ ସମାଜକୁ ରକ୍ଷା କରିବା ପାଇଁ ଜଗତସିଂହପୁର ଜିଲ୍ଲା ବାଣୀଧାରା ତରଫରୁ "WADA" (War Against Drug Abuse)ଅଭିଯାନ ମାଧ୍ୟମରେ ବିଭିନ୍ନ ବର୍ଗର ଜନସାଧାରଣ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ସଚେତନତା ଅଭିଯାନ ହେଉଛି. ଏହି ଅଭିଯାନ ଦ୍ଵାରା ଭାରତ ବର୍ଷ ଯୁବ ସମାଜକୁ ଅବୈଧ ନିଶା କବଳରୁ ରକ୍ଷା କରି ଦେଶର ମେରୁଦଣ୍ଡ ସୁଦୃଢ଼ କରିବା ମୂଳ ଲକ୍ଷ୍ୟ | ଏହି ଅବସରରେ ଗତ ସ୍ଵାଧୀନତା ଦିବସ ଅଗଷ୍ଟ ୧୫ ତାରିଖ ଦିନ ଠାରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ War Against Drug Abuse (WADA)ଅଭିଯାନର Volunteers ମାନଙ୍କ ଦ୍ଵାରା ଏକ ମାରାଥନ କ୍ୟାମ୍ପେନ ଆୟୋଜିତ ହୋଇଥିଲା | ଏହି ଅବସରରେ ଭଲଉଣ୍ଟର ମାନେ ଅଗଷ୍ଟ ୧୫ତାରିଖ ଦିନ ଗୋପବନ୍ଧୁ ଷ୍ଟାଡିୟମ ପାରାଦ୍ବୀପରୁ ବାହାରି କୁଜଙ୍ଗ, ରାହାମା,ଜଗତସିଂହପୁର, କଟକ, ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରି ୧୭ ତାରିଖ ଦିନ ପୁରୀରେ ପହଞ୍ଚି ୧୮ ତାରିଖ ଦିନ ସମୂଦ୍ର କୂଳରେ ବିଭିନ୍ନ ସ୍ଥାନ ମାନଙ୍କ ରେ ପୋଷ୍ଟର ଲଗେଇ ପର୍ଯ୍ୟଟକ ମାନଙ୍କୁ କରପତ୍ର ଦେଇ ସଚେତନ କରିଥିଲେ। ୧୯ ତାରିଖ ଦିନ ସକାଳ ୮. ୩୦ ରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ଏକ ସଚେତନ ପଦଯାତ୍ରା ଆରମ୍ଭ ହୋଇ କରପତ୍ର ବାଣ୍ଟି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ| ୧୧. ୩୦ ମିନିଟ ସମୟରେ ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ "ଅବୈଧ ଡ୍ରଗ୍ସ ରୋକିବାରେ ଛାତ୍ରଛାତ୍ରୀମାନଙ୍କ ଭୂମିକା" କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା |ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡା. ସ୍ମିତା ସାହୁ ସଭାପତିତ୍ବ କରୁଥିବା ବେଳେ ଆନ୍ତରାଷ୍ଟ୍ରୀୟ ସ୍କୁବା ଡାଇଭର୍ ଡା. ସବିର ବକ୍ସ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ| ପୁରୀ ପୁଲିସ୍ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ମଲ୍ଲିକ ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଛାତ୍ରୀମାନଙ୍କୁ ଅବୈଧ ଡ୍ରଗ୍ସକୁ ନେଇ ଆଇନ ଶୃଙ୍ଖଳା ବିଷୟରେ ଆଲୋକପାତ କରିଥିବା ବେଳେ, WADA ଅଭିଯାନର ଅଖିଳ ଭାରତୀୟ ସଂଯୋଜକ ଆଇନ ଜୀବି ଗତିକୃଷ୍ଣ ଶତପଥୀ ଏହି ଅବୈଧ ନିଶା ବଦଳରେ ଛାତ୍ରଛାତ୍ରୀମାନେ କିପରି ସମାଜ ଓ ରାଷ୍ଟ୍ର ପ୍ରେମର ନିଶାରେ ନିଜକୁ ସମର୍ପିତ କରି ମାନନୀୟ ପ୍ରଧାନ ମନ୍ତ୍ରୀଙ୍କ ନିଶା ମୁକ୍ତ ଭାରତ ଅଭିଯାନ ସଫଳ କରିବାରେ ନିଜର ଭାଗୀଦାରୀ ରଖିବାକୁ ପ୍ରେରଣା ଦେଇଥିଲେ| ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିବା ସହିତ ନିଜ ନିଜର ମତ ରଖିଥିଲେ| ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ କଳ୍ପତରୁ ସ୍ୱାଇଁ, ମହାବିଦ୍ୟାଳୟ ସଂଯୋଜକ ସତ୍ୟ ସୁନ୍ଦର ସାମନ୍ତରାୟ, ଯୁବ ସଂଯୋଜକ ନିରୋଜ କୁମାର ବେହେରା, ନରହରି ତରାଇ, ଯୁବରାଜ ଖୁଣ୍ଟିଆ ପ୍ରଭୃତି ପରିଚାଳନା ରେ ସହଯୋଗ କରିଥିଲେ।।
5