ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହାନଦୀ ରୁ ଅଜଣା ବେକ୍ତି ଙ୍କ ମୃତ ଦେହ ଉଦ୍ଧାର।।

ରାହାମା, 21/08/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ରିପୋର୍ଟ ) : ୨୦/୦୮ ଇମିସ ରାହାମା ସ୍ଥିତ ମହାନଦୀ ର ବନ୍ୟା ଜଳ ଭାସି ଆସି ଅଜଣା ବେକ୍ତି ର ମୃତ ଦେହ ହରିପୁର ପଠା ରେ ଏକ ପଥର ବୁରୁଜ ନିକଟରେ ସକାଳ ୧୦ ଘଟିକା ସମୟରେ ଲାଗିଥିଲା। ଖବର ପାଇବା ପରେ ତିର୍ତୋଲ ପୋଲିସଥାନା ଅଧିକାରୀ ବଂଶୀଧର ପ୍ରଧାନ ଙ୍କ ସହିତ, ସବଇନିସପେକ୍ଟର ବିଭୁତି କୁମାର ବିଶ୍ୱାଳ, ସହକାରୀ ସବଇନିସପେକ୍ଟର ପ୍ରଶାନ୍ତ କୁମାର ବିଶ୍ୱାଳ, ପୋଲିସ କର୍ମ ଚାରି ଓ ତିର୍ତୋଲ ଅଗ୍ନିଶମ ବିଭାଗ ଅଧିକାରୀ ସୁଶାନ୍ତ ଦାସ ଙ୍କ ନେତୃତ୍ୱ ଏକ ଟିମ ମୁଖ୍ୟ ଅଗ୍ନି ଯୋଧ୍ୟା ବାବାଜୀ ବିଶ୍ୱାଳ, ଅଗ୍ନି ଯୋଦ୍ଧା କାଳନ୍ଦୀ ସେଠି, ରଜନୀ କାନ୍ତ ପରିଡା, ଶିବ ପ୍ରସାଦ ପରିଡା ସୁଶାନ୍ତ ଶେଖର ଦାସ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ଉକ୍ତ ଯୁବକ ଜଣଙ୍କ ବ୍ଲୁ କଲର ଜିନ୍ସ ପାଣ୍ଟ, ଧୂସର କଲର ଟି ସାର୍ଟ ପିନ୍ଧିଥିବା ବେଳେ ଯୁବକ ଙ୍କ ଉଦ୍ଧାର ସମୟରେ ଶରୀର ଗଳିତ ଅବସ୍ଥାରେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠା ଯିବା ସହିତ ଶବ ଵେବଛେଦ ପରେ ମୃତ ଦେହକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଶବଗୃହ ରେ ଉକ୍ତ ଯୁବକ ଚି଼ହ୍ନଟ ନିମନ୍ତେ ୭୨ ଘଣ୍ଟା ରଖା ଯିବ ବୋଲି ସୂଚନା ମିଳିଛି।
Article Image
Article Image
14