ଜଗତସିଂହପୁର, 21/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆଧୁନିକ ଭାରତର ସ୍ରଷ୍ଟା ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ତଥା ସଦଭାବନା ଦିବସ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପାଳନ ହୋଇଯାଇଛି । ପ୍ରାରମ୍ଭରେ କଂଗ୍ରେସ କର୍ମୀ ମାନେ ସ୍ବର୍ଗତ ଗାନ୍ଧୀ ଙ୍କ ର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକଙ୍କ ସଭାପତିତ୍ବ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁ୍ଷ୍ଠିତ ହୋଇଥିଲା ଏବଂ ସ୍ବର୍ଗତ ଗାନ୍ଧୀ ଦେଶ ପାଇଁ ଯେଉଁ ଦୂରଦୂଷ୍ଟି ରଖି କାର୍ଯ୍ୟ କରିଥିଲେ, ତାଙ୍କର ବଳିଦାନ ଓ ଅବଦାନ ବିଷୟରେ ଆଲୋଚନା କରାଯାଇଥିଲା । ପରିଶେଷରେ ଲୋକସଭା ର ବିରୋଧି ଦଳ ନେତା ତଥା କଂଗ୍ରେସ ର ସର୍ବୋଚ୍ଚ ନେତା ରାହୁଲ ଗାନ୍ଧୀ ଙ୍କ ଦୃଢ ନେତୃତ୍ବ , ଓପିସିସି ସଭାପତି ଭକ୍ତ ଦାସ ଙ୍କ ଆହ୍ବାନ , ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନାୟକ ଙ୍କ ନିଷ୍ଠା , ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଇଂ ହିମାଂଶୁ ମଲ୍ଲିକ ଙ୍କ ନେତୃତ୍ବ ଏବଂ ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା ଙ୍କ କାର୍ଯ୍ୟଧାରା ରେ ଆସ୍ଥା ପ୍ରକଟ
କରି ଶିକ୍ଷାବିତ ତଥା ସମାଜସେବୀ ପ୍ରଭାତ ମହାପାତ୍ର , ଯୁବ ଶିକ୍ଷାବିତ ନିର୍ମଳ ସାହୁ , ଓ ନବ ନିର୍ମାଣ କୃଷକ ସଂଗଠନ ର ରଘୁନାଥପୁର ବ୍ଲକ ସଂଯୋଜକ ଶରତ ମହାପାତ୍ର କଂଗ୍ରେସ ଦଳ ରେ ବିଧିବଦ୍ଧ ଭାବେ ଯୋଗଦାନ କରିଥିଲେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନାୟକ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଦଳ କୁ ସ୍ବାଗତ କରିଥିଲେ ।

ଜିଲ୍ଲା କଂଗ୍ରେସ କମିଟି ଉପ-ସଭାପତି ନାଥ କାଣ୍ଡି, ଅଶ୍ୱିନୀ ସ୍ଵାଇଁ, ବସନ୍ତ ଦାସ, ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ବୃନ୍ଦାବନ ପ୍ରଧାନ, ଦିଲୀପ ମାହାର, ମାନସ ଗୋଚ୍ଛାୟତ, ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା, ବାଲିକୁଦା ବ୍ଲକ କଂଗ୍ରେସ ସଭାପତି ମହନି ଚରଣ ରାଉତ, ଜଗତସିଂହପୁର ନଗର କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ଜଗତସିଂହପୁର ବ୍ଲକ କଂଗ୍ରେସ ସଭାପତି ଜ୍ଞାନ ରଞ୍ଜନ ପୃଷ୍ଟି, ରମେଶ ମାହାର, ଡ଼ ଜଗଦାନନ୍ଦ, ସତ୍ୟନାରାୟଣ ଦାଶ, ଦେବବ୍ରତ ମହାପାତ୍ର, ସ୍ମୃତି ରଞ୍ଜନ ମହାନ୍ତି, ଶେଖ ସଫାୟତ ଅଲ୍ଲୀ, ସେକ୍ ୟୁସୁଫ,ରାଜ କିଶୋର ସାହୁ, ଅମୀୟ କୁମାର ରଥ, ରାଜେନ୍ଦ୍ର ସ୍ଵାଇଁ, ବିଭୂତି ଭୂଷଣ ଲେଙ୍କା, ପିତାମ୍ବର ସେଠି, ଶିବ ପ୍ରସାଦ ରାୟ, ଉମେଶ ସ୍ଵାଇଁ, ମନୋଜ କୁମାର ପ୍ରଧାନ, ସ୍ଵରୂପ ମହାନ୍ତି, ବଗୁଲା ରାୟ, ସାର୍ତ୍ତ ବନ୍ଧୁ ପୃଷ୍ଟି, ନିହାର ରଞ୍ଜନ ଦାସ, ଅଚ୍ୟୁତାନନ୍ଦ ମଲ୍ଲିକ, ଅର୍ଜୁନ ଦାସ, ନାରାୟଣ ନାୟକ, ପ୍ରଦୀପ୍ତ କୁମାର ସ୍ଵାଇଁ, ପ୍ରତ୍ୟୁଷ ନାୟକ, ସୁବାଷ ରାଟ ସିଂ, ଶିବ ସାହୁ, ତ୍ରିଲୋଚନ ରାଉତ, ଯୋଗେନ୍ଦ୍ର ବାରିକ, ପ୍ରଭାତ ରାଉତ, ପରେଶ ପାତ୍ର,ପଙ୍କଜ ପଣ୍ଡା, ସୁଶୀଲ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।