ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଶା କର୍ମୀଙ୍କଠାରୁ ୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ବିପିଏମ୍

କୁଜଙ୍ଗ , 21/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଆଶା କର୍ମୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ୍ ମନୋଜ ନାୟକ।ସୂଚନା ଅନୁଯାୟୀ, ଆଶା କର୍ମୀ ପ୍ରଭାତୀ ମଲ୍ଲିକଙ୍କଠାରୁ ୨୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା।ଆଉ ଗତକାଲି ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍ ମନୋଜ ନାୟକଙ୍କୁ କାବୁ କରିଥିବା ଜଣାପଡ଼ିଛି। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା ପାଇଁ ଭିଜିଲାନ୍ସ ନିଜ ହେପାଜତକୁ ନେଇଛି। ତେବେ ବିପିଏମ୍‌ଙ୍କ ବିରୋଧରେ ପୂର୍ବରୁ ଆସିଥିବା ଅଭିଯୋଗଗୁଡ଼ିକର ସତ୍ୟତା କଣ, ସେନେଇ ମଧ୍ୟ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସ୍ପଷ୍ଟ ହେବ।
6