କୁଜଙ୍ଗ, 25/02/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଞ୍ଚାୟତ ସମିତି ସଭା ଗୃହରେ ମଣ୍ଡଳ ଉନ୍ନୟନ ଅଧିକାରୀ ବିକାଶ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଜନ ପ୍ରତିନିଧି ମାନଙ୍କୁ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଯେଉଁ ସ୍ବପ୍ନ ଦେଖିଛନ୍ତି ତାହାକୁ ସଫଳ କରିବାକୁ ଜନ ପ୍ରତିନିଧି ମାନଙ୍କର ନିଷ୍ଠା ଏବଂ ଏକାଗ୍ରତା ରହିଲେ ସାଧାରଣ ଜନତା ତାହାର ସୁଫଳ ପାଇପାରିବେ। ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ପଞ୍ଚାୟତ ମାନଙ୍କରେ ଅନୁଷ୍ଠିତ ହୋଇଥିବା ଗ୍ରାମ ସଭାରେ
ଯେଉଁ ପ୍ରକଳ୍ପ ମାନ ପ୍ରସ୍ତୁତି କରାଯାଇଥିଲା ସେ ସବୁ ପ୍ରକଳ୍ପକୁ ଗୃହୀତ କରିବା ପାଇଁ ଏହି ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ, ସହକାରୀ ଯନ୍ତ୍ରୀ ସ୍ମୃତିମୟୀ ଜେନା,ବ୍ଲକ ଉପାଧ୍ୟକ୍ଷ ଜ୍ଞାନଜିତ୍ ସ୍ବାଇଁ, କୁଜଙ୍ଗ ବ୍ଲକ ମନ୍ତ୍ରୀଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ବେହେରା,ଜିଲ୍ଲା ପରିଷଦ ସଭ୍ୟ / ସଭ୍ୟା ରବି ନାରାୟଣ ସାହୁ, ପୁଷ୍ପଲତା ବେହେରା, କନକ ପ୍ରଭା ବେହେରା, ପ୍ରମୋଦ ଚରଣ ସ୍ବାଇଁ, ନାରୀନେତ୍ରୀ ତଥା କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ, ଗୋପିଆକୁଦ ସରପଞ୍ଚ ଶ୍ରୀନିବାସ ସ୍ବାଇଁ, ପଣ୍ଡୁଆ ସରପଞ୍ଚ ସିଦ୍ଧାର୍ଥ ମହାନ୍ତି, ପାରାଦ୍ବୀପ ଗଡ଼ ସରପଞ୍ଚ ସସ୍ମିତା ବେହେରା, ବାଗୋଇ ସରପଞ୍ଚ ପ୍ରଭାଞଳି ସେଠୀ, ମଲାସାହି ସରପଞ୍ଚ ଧ୍ରୁବ ଚରଣ ନାୟକ, ପଙ୍କପାଳ ସରପଞ୍ଚ ସରୋଜ ସେଠୀ, ନୂଆଗଡ ସରପଞ୍ଚ ଦେବେନ୍ଦ୍ର କୁମାର ରାଉତ, ଅଗପାଳ ସରପଞ୍ଚ ବିପିନ୍ କୁମାର ବିଶ୍ବାଳ, ଭୂତମୁଣ୍ଡାଇ ସରପଞ୍ଚ ରୋହିତ ଜେନା, ଶାଇଲୋ ସରପଞ୍ଚ ସରୋଜ ସେଠୀ, ବାଲିକଣୀ ସରପଞ୍ଚ ସୁଜୋସ୍ନା ସିଂ, ଫତେପୁର ସରପଞ୍ଚ ସିଦ୍ଧାର୍ଥ ପ୍ରଧାନ ପ୍ରମୁଖଙ୍କ ସମେତ ୨୮ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ,ସଭ୍ୟା ମାନେ ଉପସ୍ଥିତ ଥିଲେ।
