ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉଦୀୟମାନ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ରିଲିଫ ବଣ୍ଟନ

ଯାଜପୁର / ବଡ଼ଚଣା, 21/08/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) ତା - ୨୧/୦୮/୨୦୨୬ :
Article Image
ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉଦୀୟମାନ ତରଫରୁ ବଡ଼ଚଣା ବ୍ଲକ ଅନ୍ତର୍ଗତ ମଝିପଡା ପଞ୍ଚାୟତ ଓ ଚାରିନଙ୍ଗଳ ପଞ୍ଚାୟତ ର ବିଭିନ୍ନ ୱାର୍ଡରେ ଚୁଡା, ଚିନି, ବିସ୍କୁଟ, ମହମବତୀ,ଦିଆସିଲି, ଆଳୁ,ବ୍ଲିଚିଙ୍ଗ ପାଉଡର ଆଦି ବଣ୍ଟନ କରାଯାଇଛି। ଅନୁଷ୍ଠାନର ମୁଖ୍ୟ ଅନିଲ କୁମାର ଦାସଙ୍କ ନେତୃତ୍ୱରେ ବରିଷ୍ଠ ସମାଜସେବୀ ରାମଚନ୍ଦ୍ର ଶୁକ୍ଳ, ସଂପାଦିକା ଅରୁଣୀ ନନ୍ଦ, କାର୍ଯ୍ୟକାରୀ ସଭାପତି ଗାୟତ୍ରୀ ରାଉତ,ସାମାଜିକ କର୍ମୀ ଅମରେଶ ଭୁଇଁୟା,ବିନୋଦ ରଥ,ସ୍ବେଛାସେବୀ ଅନିଲ ପାତ୍ର, ସଂଜୀବ ସାମଲ,ସୁକାନ୍ତ ସିଂହ, ପ୍ରଦୀପ ଜେନା, ରଶ୍ମିତା ଓଝା,ଶର୍ମିଷ୍ଠା ଜେନା,ସରସ୍ବତୀ ସିଂହ, ଶେଷାବ୍ଧି ସାମନ୍ତରାୟ, ଜସ୍ମିତା ରାଉତ, ସତ୍ୟବାନ ମହାପାତ୍ର ପ୍ରମୁଖ ଜଳ ଘେରରେ ରହିଥିବା ପ୍ରତ୍ୟେକ ଗ୍ରାମର ସାହି ସାହି ବୁଲି ଅସହାୟ ଲୋକ ମାନଙ୍କୁ ରିଲିଫ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରଥମେ ବଡ଼ଚଣାରୁ ଆରମ୍ଭ ହେଇଚି ଯାଜପୁର ଜିଲ୍ଲାର ଯେଉଁ ସବୁ ଅଞ୍ଚଳ ଜଳବନ୍ଦୀ ହେଇ ରହିଛି ପାଣି ନ ଛାଡିବା ପର୍ଯ୍ୟନ୍ତ ଉଦୀୟମାନ ପରିବାର ସମସ୍ତ ଙ୍କ ପାଖରେ ସୁଖିଲା ଖାଦ୍ୟ ପହଞ୍ଚାଇବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
3