ଜଗତସିଂହପୁର, 21/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) : ଜଗତସିଂହପୁର ବ୍ଲକ ଅଧିନସ୍ଥ କାଟେସିଂହପୁର ଗ୍ରାମ ନିଜ ବାସ ଭବନ ରେ ରାଜ୍ୟ ସ୍ତରୀୟ ଶିକ୍ଷକ ନେତା ସାରଦା ପ୍ରସନ ସିଂ ଏକାଦଶ ଦିବସରେ ଏକ ଶ୍ରଦ୍ଧାଞ୍ଜଳି ସଭା ରାଜ୍ୟ ନିମ୍ନ ମାଧ୍ୟମିକ ଅବସର ପ୍ରାପ୍ତ ଶିକ୍ଷକ ମଞ୍ଚ ର ଉପଦେଷ୍ଟା ବିଜୟ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି. ଏହି ସଭାରେ ରାଜ୍ୟ

ସଙ୍ଘର ସଭାପତି ଭାଗ୍ୟଧର ପ୍ରଧାନ, ଉପଦେଷ୍ଟା ମାଧବ ବିଶ୍ୱାଳ, ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା, କଲ୍ୟାଣୀ ନାୟକ, ଅଶୋକ ରାୟ, ସଞ୍ଜୟ କୁମାର ପ୍ରଧାନ, ପ୍ରେମାନନ୍ଦ ମହାପାତ୍ର, ପ୍ରଫୁଲ୍ଲ ମହାପାତ୍ର ଆଦି କର୍ମକର୍ତ୍ତା ମାନେ ଯୋଗଦେଇ ସ୍ବର୍ଗତ ସିଂ ଙ୍କର ସାଙ୍ଗଠନିକ ଦକ୍ଷତା, ନେତୃତ୍ୱ ଯୋଗୁ କିଭଳି ଶିକ୍ଷକ ସମାଜର ଅନେକ ସମସ୍ୟା ସମାଧାନ ହୋଇଥିଲା ବୋଲି ବକ୍ତବ୍ୟ ରଖିଥିଲେ. ଜଗତସିଂହପୁର ଜିଲ୍ଲା ର ଅବସପ୍ରାପ୍ତ ଶିକ୍ଷକ ମଞ୍ଚର ସୁକାନ୍ତ କୁମାର ରାୟ, ବିଜୟ କୁମାର ପତି, ଈଶ୍ୱର ଚନ୍ଦ୍ର ନନ୍ଦ, ଲଷ୍ମୀଧର ବସ୍ତିଆ ସନ୍ତୋଷ କୁମାର ସ୍ୱାଇଁ, ମହେଶ ଚୌଧୁରୀ, ପବିତ୍ର ସାଉ, ହୃଷିକେଶ ଚଇନି, ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ରାଉତ, ଅବସପ୍ରାପ୍ତ ଡେପୁଟି ଡି. ପି. ଆଇ ଅଭୟ କୁମାର ମଲ୍ଲିକ, ରାହାମା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅରୁଣ କୁମାର ପଣ୍ଡା, ବାସୁଦେବ, ଡାକ୍ତର ସର୍ବେଶ୍ୱର ପରିଡା, ଭାବଗ୍ରାହୀ ପ୍ରଧାନ, ବଂଶୀଧର ଆଚାର୍ଯ୍ୟ, ରାମଚନ୍ଦ୍ର ମହାପାତ୍ର, ନାରାୟଣ ମୁଦୁଲି, ଶରତ ପାତ୍ର, ବିଷ୍ଣୁ ଚରଣ ଦାସ, ଗୁରୁଚରଣ ମହାନ୍ତି, ଅରବିନ୍ଦ ସେନାପତି, କୈଳାସ ସ୍ୱାଇଁ, ମୀନାରାଣୀ ଆଦି କର୍ମକର୍ତା ଓ ଶିକ୍ଷକ, ଶିକ୍ଷୟତ୍ରୀ ଯୋଗଦେଇ ସିଂ ଙ୍କର ଗୁଣ ଗାନ କରିବା ସହିତ ତାଙ୍କ ନେତୃତ୍ୱ ରେ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ର ସମାଧାନ, ସହିତ ଜଣେ କର୍ତଵ୍ୟ ନିଷ୍ଟ ଶିକ୍ଷକ, ସ୍ଥାନୀୟ ଅଂଚଳର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମାନଙ୍କରେ ତାଙ୍କର ସକ୍ରିୟ ସମ୍ପୃକ୍ତି ବିଷୟରେ ଆଲୋକପାତ କରିଥିଲେ. ସେ ଜଣେ ସରଳ, ଅମାୟିକ ଓ ପରୋପକାରୀ ବ୍ୟକ୍ତି ତଥା ଆଦର୍ଶ ବ୍ୟକ୍ତି ଥିଲେବୋଲି ଉପସ୍ଥିତ ଜନସାଧାରଣ ମତ ପ୍ରଦାନ କରିଥିଲେ. ସଭା ଶେଷରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଗିରିଜକାନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ.