ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା’ ନୀଳିମା ରାଣୀ ସାମନ୍ତଙ୍କ ୯୯ତମ ଜନ୍ମୋତ୍ସବ ପାଳିତ

ରଘୁନାଥପୁର / କଳରାବାଙ୍କ, 21/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ମା’ ନୀଳିମା ରାଣୀ ସାମନ୍ତ ଥିଲେ ସେବା, ତ୍ୟାଗ ଓ ଜନ୍ମଭୂମି ପ୍ରତି ଭକ୍ତିର ମୂର୍ତ୍ତିମନ୍ତ ପ୍ରତୀକ। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ କଳରାବାଙ୍କରେ ତାଙ୍କର୍ ୯୯ତମ ଜନ୍ମୋତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଅଚ୍ୟୁତ ସାମନ୍ତ ଏହା କହିଛନ୍ତି। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁଙ୍କ ଲିଖିତ ‘ରତ୍ନଗର୍ଭାଙ୍କ ଅମୃତବାଣୀ’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ପୁସ୍ତକ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଯୋଡ଼ିଥାଏ ବୋଲି ଡ. ସାମନ୍ତ କହିଥିଲେ। ମା’ ନୀଳିମା ରାଣୀଙ୍କ ପ୍ରେରଣାରେ କଳରାବାଙ୍କ ଭାରତର ପ୍ରଥମ ସ୍ମାର୍ଟ ଗ୍ରାମ ଏବଂ ମାଣପୁର ମଡେଲ ପଞ୍ଚାୟତର ରୂପ ନେଇଥିବା ମୁଖ୍ୟବକ୍ତା ବିଜୟ କୁମାର ସ୍ୱାଇଁ କହିଥିଲେ। ଏହି
Article Image
କାର୍ଯ୍ୟକ୍ରମରେ ଶତାଧିକ ମହିଳା ୯୯ଟି ଦୀପ ପ୍ରଜ୍ଜ୍ୱଳନ କରି ମା’ ନୀଳିମା ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କିମ୍ସ ରୁରାଲ ହସ୍ପିଟାଲ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୧୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିସହ କଳରାବାଙ୍କ ଓ କଳିଙ୍ଗ ଇଂରାଜୀ ବିଦ୍ୟାଳୟର ପ୍ରାୟ ୨ ହଜାର ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରା ଯାଇ ଥିଲା ।
4