ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହିଳାସୁରକ୍ଷା ଓ ଆଇନଗତ ସମ୍ପର୍କିତ ଆଲୋଚନା ଚକ୍ର

ରାହାମା, 22/08/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ରିପୋର୍ଟ ) :
Article Image
ତା - ୨୧/୦୮ ରାହାମା ସ୍ଥିତ ସାରଳା ମହାବିଦ୍ୟାଳୟ ରାହାମା ପରିସରରେ ମହିଳା ଅଧିକାର ,ସୁରକ୍ଷା ଓ ଆଇନଗତ ଅଧିକାର, ସୁରକ୍ଷା ଓ ସମ୍ପର୍କିତ ଏକ ସେମିନାର ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ର କୁ ସାରଳା ମହାବିଦ୍ୟାଳୟ ର ଅଧକ୍ଷ୍ୟ ଅରୁଣ କୁମାର ପଣ୍ଡାଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ତହସିଲଦାର କୁଜଙ୍ଗ ପାୟଲ ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ ଏଥି ସହିତ ମହାବିଦ୍ୟାଳୟ ର ବରିଷ୍ଠ ପ୍ରାଧ୍ୟାପକ ମନୋଜ କୁମାର ମହାନ୍ତି ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପକ ଅର୍ଣ୍ଣପୂର୍ଣ୍ଣା ପଣ୍ଡା ଶକ୍ତିଶ୍ରୀ ସାଥି ସୁଶ୍ରୀ ଶୁଚିସ୍ମିତା ସେଠି ଓ ବିଭିନ୍ନ ବିଭାଗ ର ମହିଳା ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ। ପରିଚାଳିତ ସଭାରେ ମହିଳା ମାନଙ୍କ ସୁରକ୍ଷିତ ଦିଗରେ ସେମାନଙ୍କ ର ଆଇନ ଗତ ଅଧିକାର ଓ ନ୍ୟାୟପାଳିକା କି କି ଵେବସ୍ଥା ରହିଛି ସେ ସମ୍ପର୍କ ରେ ସଚେତନତା କରାଯାଇଥିଲା। ବିଶେଷ କରି ମହିଳା ମାନଙ୍କ ଉଦ୍ୟସରେ "ଶକ୍ତିଶ୍ରୀ " ସଶକ୍ତିକରଣ ସେଲ ର ଏକ ସଚେତନତା ଅଭିଯାନ ଯେଉଁ ଅଭିଯାନ ରେ ମହିଳା ମାନେ ସେମାନଙ୍କ ସୁରକ୍ଷା ପାଇଁ କି କି ପଦକ୍ଷେପ ନିଆ ଯିବ ସେ ବିଷୟରେ ଅବଗତ କରାଯାଇ ଥିଲା। ପରେ ପରେ ଛାତ୍ର ଛାତ୍ରୀ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଇନଗତ ସୁରକ୍ଷା, ନିର୍ଯ୍ୟାତନା ବିରୋଧୀ ଆଇନ ସମ୍ପର୍କ ରେ ପରସ୍ପର ମଧ୍ୟରେ ବିସ୍ତୃତ ଆଲୋଚନା ସହିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରାଯାଇଥିଲା।"ଶକ୍ତିଶ୍ରୀ "ସଭାକାର୍ଯ୍ୟକୁ ସଂଯୋଜିକା ଅଧ୍ୟାପିକା ଅର୍ଣ୍ଣପୂର୍ଣ୍ଣା ପଣ୍ଡା ପରିଚାଳନା କରିଥିଲେ।ଶେଷରେ ତୃତୀୟ ବର୍ଷ ର ଛାତ୍ରୀ ସୁଶ୍ରୀ ବେବି ପଲକ ଧନ୍ୟବାଦ ଦେବା ସହିତ ସଭାସାଙ୍ଗ କରାଯାଇଥିଲା
12