ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାହାମାରେ ଡିଷ୍ଟ୍ରିବ୍ୟୁଟର ସଂଘର ଥାନାରେ ଅଭିଯୋଗ

କୁଜଙ୍ଗ / ଜଗତସିଂହପୁର, 22/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ। ) :
Article Image
ତା - 20/08/2026 ଜଗତସିଂହପୁର ଜିଲ୍ଲା ରାହାମା ଅଞ୍ଚଳରେ ମା’ ଶାରଳା ଡିଷ୍ଟ୍ରିବ୍ୟୁଟର ଆସୋସିଏସନ୍‌ର ସଦସ୍ୟ ବ୍ୟବସାୟୀମାନେ ଜଣେ କେନ୍ଦ୍ରାପଡ଼ା ଜିଲ୍ଲାର ବ୍ୟବସାୟୀଙ୍କ ବିରୋଧରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Article Image
ଆସୋସିଏସନ୍‌ର ଅଭିଯୋଗ ଅନୁସାରେ, ରାହାମାସ୍ଥିତ ମହାଲକ୍ଷ୍ମୀ ଷ୍ଟୋରର ମାଲିକ ପ୍ରଦ୍ୟୁମ୍ନ କୁମାର ଦାସ HUL କମ୍ପାନୀର ଅଧିକୃତ ଡିଷ୍ଟ୍ରିବ୍ୟୁଟର ଭାବେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରାହାମାରୁ ପାରାଦୀପ ପର୍ଯ୍ୟନ୍ତ ବ୍ୟବସାୟ କରିଆସୁଛନ୍ତି। ସଂଘର ଅଭିଯୋଗ ହେଉଛି, କେନ୍ଦ୍ରାପଡ଼ା ଜିଲ୍ଲାର ଜେଟ୍ ମାଷ୍ଟର ଇଣ୍ଡିଆର ମାଲିକ ସୋମନାଥ ସାହୁ ବିଭିନ୍ନ କମ୍ପାନୀର ଉତ୍ପାଦ ଆଣି ପାରାଦୀପରୁ ଜଗତସିଂହପୁର ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ କମ୍ ଦରରେ ବିକ୍ରି କରୁଛନ୍ତି। ଏହା ଫଳରେ ସ୍ଥାନୀୟ ଅଧିକୃତ ଡିଷ୍ଟ୍ରିବ୍ୟୁଟର ଓ ବ୍ୟବସାୟୀମାନେ ବ୍ୟବସାୟିକ କ୍ଷତିର ସମ୍ମୁଖୀନ ହେଉଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣାକୁ ନେଇ ମା’ ଶାରଳା ଡିଷ୍ଟ୍ରିବ୍ୟୁଟର ଆସୋସିଏସନ୍‌ର ସଭାପତି ସୁଧାଂଶୁ ଶେଖର ପାଣି, ଉପସଭାପତି ସୁରେନ୍ଦ୍ର କୁମାର ମାଟି, ଉପସମ୍ପାଦକ ସୂର୍ଯ୍ୟନାରାୟଣ ମହାନ୍ତି, ସମ୍ପାଦକ ସୁମନ୍ତ କୁମାର ମହାନ୍ତିଙ୍କ ସମେତ ଶତ୍ରୁଘନ ମଲ୍ଲ, ବନୋଜ କୁମାର ଦାସ, ସୁମନ୍ତ ସାହୁ, ଶିବାନୀ ମହାପାତ୍ର, ପ୍ରକାଶ ବେହେରା, ପ୍ରଦ୍ୟୁମ୍ନ କୁମାର ଦାସ ଓ ମହେନ୍ଦ୍ର କୁମାର ବାରିକ ପ୍ରମୁଖ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ଅସାଧୁ ବ୍ୟବସାୟ ପ୍ରଥା ଉପରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଷ୍ଟ୍ରିବ୍ୟୁଟରମାନେ ଦାବି କରିଛନ୍ତି। ଏହା ସହିତ ପର୍ଯ୍ୟାୟକ୍ରମେ ଜଗତସିଂହପୁର ଜିଲ୍ଲାପାଳ ଓ ପାରାଦୀପ ଉପଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ ଦିଆଯାଇଥିବା ସଂଘ ପକ୍ଷରୁ ସୂଚନା ମିଳିଛି।
5