ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୋଲାଙ୍ଗ ଚିଲବିନ୍ଧା ପଡ଼ାରେ ବିଧାୟକଙ୍କ ସାଧାରଣ ସଭା

ଏରସମା / ଗଡ଼କୁଜଙ୍ଗ, 22/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ଗଡ଼କୁଜଙ୍ଗ ପଞ୍ଚାୟତର ପୋଲାଙ୍ଗ ଗ୍ରାମ ଚିଲବିନ୍ଧା ପଡାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଗଡ଼କୁଜଙ୍ଗ ପଞ୍ଚାୟତ ପୂର୍ବତନ ସରପଞ୍ଚ ରାଜେନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଲୋକମାନଙ୍କର ସମସ୍ୟା ସଂପର୍କରେ ଅବଗତ ହେବାପାଇଁ ଯୋଗ ଦେଇଥିଲେ । ଜିନ୍ଦଲ କମ୍ପାନୀରେ ଯୁବକ ମାନଙ୍କୁ ସ୍ଥାୟୀ ନିଯୁକ୍ତି, ମତ୍ସ୍ୟଜୀବୀ ମାନଙ୍କର ସ୍ଥାୟୀ ସମସ୍ୟା ଗ୍ରାମର ବିଭିନ୍ନ ମୈ।ଳିକ ସମସ୍ୟା ତଥା ଗଡ଼କୁଜଙ୍ଗ, ନୋଳିଆ ସାହି ଓ ପୋଲଙ୍ଗ ଗ୍ରାମର ଜଙ୍ଗଲ ଟଙ୍କା ମିଳିନାହିଁ ଓ ଭୂୟାଁପାଳ ଗ୍ରାମର ରାସନକାର୍ଡ ଭର୍ତ୍ତା ଟଙ୍କା ପାଇ ନଥିବା ସାଧାରଣ ଜନତା ତାଙ୍କର କ୍ଷୋଭ ଓ ସମସ୍ୟା ସଂପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ। ବିଧାୟକ ଶ୍ରୀଯୁକ୍ତ ଜେନା ଏବିଷୟରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜନସାଧାରଣ ମାନଙ୍କ ସମସ୍ୟା ଉପସ୍ଥାପିତ କରିବେ ,ଜନ ସାଧାରଣ ମାନଙ୍କ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଏ ଉଦ୍ୟମ ଯାରି ରହିବ ବୋଲି କହିଛନ୍ତି ବିଧାୟକ ସାରଦା ପ୍ରସନ୍ନ ଜେନା। ଏହି ସଭାରେ ଗଡ଼କୁଜଙ୍ଗ ପଞ୍ଚାୟତ ସରପଞ୍ଚ କବିତା ଦାସ, ପୂର୍ବତନ ସରପଞ୍ଚ ସମ୍ପଦ କୁମାର ବାରିକ,ପୋଲାଙ୍ଗ ଗ୍ରାମର ଗ୍ରାମ ସଭାପତି ବାପୁନି ସାମଲ ଉପସଭାପତି ଶଙ୍କର କୁମାର ଦାସ,ଗ୍ରାମ ମୁରବୀ ପ୍ରକାଶ ଦାସ, ବିଜୟ ସେଠୀ,ଭୂୟାଁପାଳ ଗ୍ରାମର ମୁରବୀ ଧୂର୍ବ ଦାସ, ନୋଳିଆସାହି ଗ୍ରାମର ମୁରବୀ ରତ୍ନାକର ବେହେରା, ଫକୀର ବେହେରା,ଗଡ଼କୁଜଙ୍ଗ ଗ୍ରାମର ମୁରବୀ ଧୀରେନ୍ଦ୍ର ମହାପାତ୍ର, କିଶୋରୀ ଚନ୍ଦ୍ର ଦାସ, ସଞ୍ଜୟ ମହାପାତ୍ର, ବିଜୟ ଚାନ୍ଦ ନାୟକ, ନଳିନୀ କାନ୍ତ ବେହେରା ସମେତ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତର ସମସ୍ତ ମୁରବୀ ଉପସ୍ଥିତ ଥିଲେ।
7