ତିର୍ତ୍ତୋଲ, 22/08/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ରେଡ଼ିଓ ଆଉଟରିଚ ଶ୍ରୀରାମପୁର ପକ୍ଷରୁ ଷ୍ଟେସନ ନିର୍ଦ୍ଦେଶକ ସୁବ୍ରତ କୁମାର ପତିଙ୍କ ତତ୍ତ୍ୱlବଧାନରେ ସ୍ୱାସ୍ଥ୍ୟକର ଖାଦ୍ୟର ଗୁରୁତ୍ୱ ଉପରେ ଏକ ଆଲୋଚନା ଚକ୍ର ଜବାହାର ସ୍ମୃତି ବିଦ୍ୟାପୀଠ, ବୋଧେଇଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭl ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ କାନୁନଗୋଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମଲ୍ଲିକଙ୍କ ପରୋକ୍ଷ ପ୍ରେରଣାରେ ମଞ୍ଚ ସଂଚାଳନ କରିଥିଲେ ଗଗନ ବିହାରୀ ସ୍ୱାଇଁ l ଅତିଥି ଆସନରେ ସମlସୀନ ହୋଇଥିଲେ ସୁଶ୍ରୀ ଶୁଭଶ୍ରୀର ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ନାୟକ, ଗଣମାଧ୍ୟମ ପ୍ରତିନିଧି ତୃପ୍ତି ରଞ୍ଜନ ମହାନ୍ତି,ବିଦ୍ୟାଳୟର ତିନି ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଖୁବ ନୀରବତାର ସହିତ ସମସ୍ତ ଆଲୋଚନାକୁ ଶୁଣୁଥିବାବେଳେ ବିଭିନ୍ନ ପ୍ରଶ୍ନ ଛଳରେ ସେମାନଙ୍କ ମନରେ ଉଙ୍କି ମାରୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ପତି ମହୋଦୟ ଏବଂ ଅତିଥିଗଣ ସମାହିତ କରିଥିଲେ l ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଗଣ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳlର ସହିତ ସମାପନ କରିଥିଲେ l