ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗନ୍ନାଥ ପ୍ରେସ ମିଟ ଜଗତସିଂହପୁର।

ଜଗତସିଂହପୁର, 22/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) : ହିନ୍ଦୁ ଦେବାଦେବୀଙ୍କୁ ବିକୃତ ପଦର୍ଶନ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ କାର୍ଟୁନ କରି ଆନିମେସନ ସିନେମା ପଦର୍ଶନ କରିବା କୁ ଜଗନ୍ନାଥ ପ୍ରେମୀ ଭକ୍ତମାନେ ତୀବ୍ର ପ୍ରତିବାଦ କରିଛନ୍ତି । ଏହାର ପ୍ରତିବାଦରେ ଶ୍ରୀଜଗନ୍ନାଥ ଭକ୍ତ ସମାଜ, ଜଗତସିଂହପୁର ଓ ଶ୍ରୀଜଗନ୍ନାଥ ମହୋତ୍ସବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଗତସିଂହପୁର ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମିଳନୀ ରେ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ଯୋଗଦେଇ ଏହାର ତୀବ୍ର ପ୍ରତିବାଦ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଆଵଶ୍ୟକୀୟ ପଦକ୍ଷପ ଗ୍ରହଣ କରିବାକୁ ଦାବି କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ଭକ୍ତ ସମାଜର ଜିଲା ସଭାପତି ବିଷ୍ଣୁ ଚରଣ ସ୍ୱାଇଁ, ସମାଜସେବୀ ବିନାୟକ ପଟନାୟକ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ଏହାର ପ୍ରତିବାଦରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ।
Article Image
10