ପାରାଦୀପ ଗଡ , 22/08/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା ୨୨.୦୮.୨୦୨୬ ରିଖ: ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉଦୟଚାନ୍ଦପୁର ( ଚନକଣ) ଗ୍ରାମରେ ଗୋଷ୍ଟି ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇ ଯାଇଛି l ଉକ୍ତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଗୋଷ୍ଟି ଶିକ୍ଷା କେନ୍ଦ୍ର କୁ ଉଦ୍ଘଟାନ କରିଥିଲେ l ମୁଖ୍ୟ ବକ୍ତା ଭାବେ

ଜଗତସିଂହପୁର ଲୋକସଭା ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ, ସମ୍ମାନିତ ଅତିଥି ଭାବେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ବରିଷ୍ଟ ଆଇନଜୀବୀ ତଥା କୁଜଙ୍ଗ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ପିପିଏଲ ୟୁନିଟ୍ ହେଡ୍ ଓ ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ସୁମିତ୍ ସେନାପତି ପ୍ରମୁଖ ଯୋଗଦେଇଥିଲେ l ଦୀର୍ଘ ବର୍ଷ ହେବ ଉକ୍ତ ଗ୍ରାମରେ ଏକ ଗୋଷ୍ଟି ଶିକ୍ଷା କେନ୍ଦ୍ର ନିର୍ମାଣ ପାଇଁ ଗ୍ରାମବାସୀ ମାନେ ସରପଞ୍ଚ ଙ୍କ ନିକଟରେ ଦାବୀ କରି ଆସୁଥିଲେ l ଫଳରେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଏହାର ନିର୍ମାଣ ପାଇଁ ପିପିଲ୍ କତୃପକ୍ଷ ଙ୍କୁ ଏକ ପତ୍ର ଲେଖିଥିଲେ l ପିପିଏଲ୍ କତୃପକ୍ଷ ସରପଞ୍ଚ ଙ୍କ ଅନୁରୋଧକୁ ରକ୍ଷାକରି ଉକ୍ତ ଗୋଷ୍ଟି ଶିକ୍ଷା କେନ୍ଦ୍ର ନିର୍ମାଣ କରିଥିଲେ l ଉକ୍ତ ଗୋଷ୍ଟି ଶିକ୍ଷା କେନ୍ଦ୍ର ରେ ଛାତ୍ର, ଛାତ୍ରୀ ମାନେ ପଠା ପଢ଼ିବା ସହିତ, ମହିଳା ଓ ଗ୍ରାମ ବାସୀଙ୍କ ବିଭିନ୍ନ ବୈଠକ ଅନୁଷ୍ଠିତ ହୋଇପାରିବ l ପିପିଏଲ ମଧ୍ୟ ନିୟମିତ ଭାବେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଆସୁଛି l ଆଗାମୀ ଦିନରେ ପିପିଏଲ ମଧ୍ୟ ଚନକଣ ଗ୍ରାମ ର ପ୍ରତିପରିବାର କୁ ଏକ କିଲୋୱାଟ ପର୍ଯ୍ୟନ୍ତ ସୋଲାର ସିଷ୍ଟମ୍ ଲଗେଇବା ପାଇଁ ପ୍ରତିଶ୍ରୁତି ଦେଇଛି ବୋଲି ସଞ୍ଜୟ କୁମାର ବେହେରା ପ୍ରକାଶ କରିଥିଲେ l ଚନକଣ ଗ୍ରାମ ରେ ଥିବା ସମସ୍ତ ଅଧିବାସୀ ଙ୍କୁ ପଟ୍ଟା ଯୋଗାଇ ଦେବା ପାଇଁ ବିଚାର କରାଯିବ ବୋଲି ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ପ୍ରକାଶ କରିଥିଲେ l ତୁରନ୍ତ ଉକ୍ତ ଗ୍ରାମ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ମାନ୍ୟବର ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ ଘୋଷଣା କରିଥିଲେ l ଚନକଣ ଗ୍ରାମବାସୀ ଙ୍କ ଭବ୍ୟ ସ୍ବାଗତ ପାଇଁ ମନ୍ତ୍ରୀ ଧନ୍ୟବାଦ୍ ଦେଇଥିଲେ l ପିପିଏଲ ସି.ଏସ୍.ଆର୍. ମ୍ୟାନେଜର ସୌମ୍ୟ ଓମ ପ୍ରକାଶ ଧନ୍ୟବାଦ୍ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଲାଲମୋହନ ଗିରି, ଚଦ୍ର ଶେଖର ଚୌଧୁରୀ, ଅନନ୍ତ ବିଶ୍ବାଳ, ଅଲେଖ ମହାରଥା, ସଂଗ୍ରାମ ବେହେରା, ସେକ ମୋମୋନି, ସେକ ହବିବ ପ୍ରମୁଖ ଯୋଗଦେଇଥିଲେ l FC

