ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହାନଦୀରେ ଦ୍ୱିତୀୟ ଥର ବନ୍ୟା ଜଳ ପ୍ରବାହିତ ହେଉଥିବା ରୁ ପୁନର୍ବାର ହରିପୁର ଗ୍ରାମର ଜଳବନ୍ଦୀରେ

ରାହାମା, 23/08/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ରିପୋର୍ଟ ) :
Article Image
*ହରିପୁର ଗ୍ରାମ୍ୟ ମୁଖ୍ୟରାସ୍ତାରେ ୩ଫୁଟ ଉର୍ଦ୍ଧ ରୁ ଜଳ ପ୍ରଭାବିତ।।*
Article Image
୧୧/୦୮ କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ପଞ୍ଚାୟତ ଓ ତାଳପଡ଼ା ପଞ୍ଚାୟତ ର ହରିପୁର ଗ୍ରାମର ମୁଖ୍ୟ ରାସ୍ତା ବାଟ ଉପରେ ୩ଫୁଟ ର ଉର୍ଦ୍ଧ ବନ୍ୟା ପାଣି ପ୍ରବାହିତ ହେଉଛି ଯଦଦ୍ୱାରା କି ଯାତାୟାତ କରିବା ଏକ ପ୍ରକାର ଠପ ହୋଇଯାଇଛି ପ୍ରକାଶ ଥାଉ ୩ଫୁଟ ଜଳ ପ୍ରଭାବିତ ହେଉଛି ୧୪ ଦିନ ମଧ୍ୟ କୁଜଙ୍ଗ ବ୍ଲକ ପ୍ରଶାସନ ଦେଖା ନ ମିଳିବାକୁ ନେଇ ଗ୍ରାମ ବାସୀ ଆସନ୍ତୁଷ୍ଟ ପ୍ରକାଶ କରିଛନ୍ତି ସବୁଠୁ ଗରୁତ୍ବ ପୂର୍ଣ୍ଣ କଥା ହେଉଛି ପ୍ରଧାନ ଜୀବିକା ଗୋପାଳନ ହୋଇଥିବାରୁ ଶତାଧିକ ଗାଈ, ଗୋରୁ, ମଇଁଷି, ଛେଳି, ମେଣ୍ଢା ଜଳ ମଗ୍ନ ଭିତରେ ଫସି ରହିଛନ୍ତି ନା ଦାନା ଅଛି ନା ଘାସ ଅଛି ସୂଚନା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହିତ ଗୋଖାଦ୍ୟ ଦେବା ପାଇଁ ଦାବି କରିଛନ୍ତି ।ଏତତ ବେତିତ ଅଧିକାଂଶ ଲୋକ ମାନଙ୍କ ର ବନ୍ୟା ଜଳରେ ପନିପରିଵା ସହିତ ଚାଷ ଉଜୁଡି ଯାଇଛି। ଏଥି ସହିତ ଗ୍ରାମ ରେ ବନ୍ୟା ଜଳ ପ୍ରଭାବିତ ହେବା ଫଳରେ ସ୍କୁଲ ପିଲା ଠୁ ଆରମ୍ଭ କରି ବୟସ୍କ ବେକ୍ତି ମାନେ ଜଳମଗ୍ନ ହୋଇଥିବା ରୁ ଗାଁ ରୁ ବଜାର କୁ ଆସି ପାରୁନାହାନ୍ତି। ଯେଉଁମାନେ ଆସୁଛନ୍ତି ବିପଦ ସଂକୁଳ ଅବସ୍ଥା ରେ ରାହାମା ଖୋସାଲ ପୁର ପୋଲ ର ମଧ୍ୟରେ ଏକ ଲୁହାସିଡ଼ି ଯୋଗେ ଯାତାୟାତ କରୁଥିବା ଦେଖିବାକୁ ମିଳୁଛିଏବଂ ଜଳ ସ୍ତର ବୃଦ୍ଧି ଆଶଙ୍କା ରେ ରଖି ବ୍ଲକ ପ୍ରଶାସନ /ତହସିଲ ପ୍ରଶାସନ ଜଳ ମଗ୍ନ ଅବସ୍ଥା ରେ ପଡିରହିଥିବା ଲୋକ ମାନଙ୍କୁ ସହଯୋଗ ଓ ସହାନୁଭୂତି ଯୋଗାଇଦେବା ଗ୍ରାମ ବାସୀ ଅନୁରୋଧ କରିଛନ୍ତି। ସୂଚନା ଅନୁସାରେ ବନ୍ୟା ଜଳସ୍ତର ବୃଦ୍ଧି ହରିପୁର ଗ୍ରାମରେ ୧୪୫ଘର /୫୦୦ରୁ ଉର୍ଦ୍ଧ ଲୋକ ବସ ବାସ କରିବା ସହିତ କୃଷି,ଗୋପାଳନ, ପନିପରିବା ଵେବସାୟୀ କରି ନିଜର ଗୁଜୁରାଣ ମେଣ୍ଟାଈ ଥାନ୍ତି ଯାହାକି ବନ୍ୟା ଜଳ ଆସିଲେ ଚିନ୍ତା ର କାରଣ ପାଲଟେ। ଉପର ମୁଣ୍ଡ ରେ ବର୍ଷା ଯୋଗୁଁ ହୀରାକୁ ଡ୍ୟାମ ରୁ ୧୬ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବା ବେଳେ ତଳ ମୁଣ୍ଡରେ ବର୍ଷା ଯୋଗୁଁ ଜଳ ସ୍ତର ବଢ଼ି ବାରେ ଲାଗିଛି। ଯାହାକି ଗ୍ରାମର ଘଟିକା ସମୟରେ ବନ୍ୟା ଜଳ ପ୍ରଭାବିତ ହେଉଛି।ଗ୍ରାମର ଵାଲାଜଟିଆ ମହାପୁରୁଷ ଙ୍କ ନିକଟରେ ୩ଫୁଟ ଉଚ୍ଚତା ର ବନ୍ୟା ଜଳ ପ୍ରଭାବିତ ହେଉଛି।ଏହି ବାଟ ଦେଇ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟା ଗାଡି, ମୋଟର, ପାଦ ଚଲା ଲୋକ ଯିବା ସହିତ ହରିପୁର ଗ୍ରାମ ର ଅଧିବାସୀ ମାନେ ଦୁଗ୍ଧ ଜାତୀୟ ଦ୍ରବ୍ୟ, ପନିପରିବା ବିକ୍ରୟ ନିମନ୍ତେ ରାହାମା ବଜାର କୁ ଆଣିଥାନ୍ତି। ଯାହାକି ବନ୍ୟା ଜଳ ପ୍ରଭାବିତ ଯୋଗୁଁ ବାଟରେ ଯାତାୟାତ କରିବା ବିପଦ ପୂର୍ଣ୍ଣ ହୋଇ ପଡିଛି।ଅନୁରୂପ ଭାବେ ବଡ଼ ବାଲିକଣି ପଞ୍ଚାୟତ, ହଂସୁରା ପଞ୍ଚାୟତ, କାଠକୋଟ ପଞ୍ଚାୟତ ର ଜଳମଗ୍ନ ହୋଇଯାଇଛି।
4