ରାହାମା, 23/08/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ରିପୋର୍ଟ ) :

୨୨/୦୮ଇମିସ କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠକୋଟ ପଞ୍ଚାୟତ ଗୋବର୍ଦ୍ଧନ ପୁର ଗ୍ରାମ ସ୍ମୁତି ରେଖା ଦାସ ୪୫ ଘରୋଇ ହସ୍ପିଟାଲ କଟକ ରେ ଚିକିତ୍ସା ଧୀନ ଅବସ୍ଥା ରେ ମାଧ୍ୟାନ୍ନ ୧୨ ଘଟିକା ସମୟରେ ମୂର୍ତ୍ୟୁ ବରଣ କରିଛନ୍ତି ସେ ଜଣେ ଧର୍ମ ପରାୟଣ, ପରୋଉପକରି, ସମାଜସେବୀ ମହିଳା ଥିଲେ। ମୁର୍ତ୍ୟୁ ସମୟରେ ସ୍ୱାମୀ ତାଙ୍କ ପାର୍ଥିବ ମର ଶରୀର ନିକଟରେ ସ୍ୱାମୀ ରଶ୍ମି ରଞ୍ଜନ ଦାସ, ବଡ଼ ପୁଅ ସୋମ୍ୟରଞ୍ଜନ ଦାସ, ସ୍ମୁତି ରଞ୍ଜନ ଦାସ ଓ ଆତ୍ମୀୟ ସଜ୍ଜନ ଉପସ୍ଥିତ ଥିଲେ। ପାର୍ଥିବ ଶରୀର କଟକ ରୁ ଗୋବର୍ଦ୍ଧନ ପୁର ଗ୍ରାମ ଅଣା ଯାଇ ନିଜ ଗ୍ରାମ ସ୍ମଶାନ ରେ ଶେଷ କୃତ୍ୟ କରାଯାଇଛି। ଏହି ଦୁଖଃଦ ଖବର ପାଇବା ପରେ କାଠକୋଟ ପଞ୍ଚାୟତଓ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି। ଖବର ପାଇବା ପରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ କଂଗ୍ରେସ ର ବିଧାୟକ ପାର୍ଥି ଆଡ଼ଭୋକେଟ ନିରଞ୍ଜନ ନାୟକ,କୁଜଙ୍ଗ ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ଦାସ, କାଠକୋଟ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ମିହିର ରଞ୍ଜନ ପଟ୍ଟନାୟକ(ଟୁଲୁ ),ଗନ୍ଧର୍ବ ସାମଲ, ମନୋଜ ସାମନ୍ତରାୟ, ରୋହିତ ସାମନ୍ତରାୟ, ଦାମୋଦର ପଟ୍ଟନାୟକ, ଅମୁଲ୍ୟ କୁମାର ରାଉତ, ସୁଶୀଲ କୁମାର ରାଉତ, ପ୍ରେମାନନ୍ଦ ସେଠି, ରାମଚନ୍ଦ୍ର ସେଠି,ସମୀର ରଞ୍ଜନ ପଟ୍ଟନାୟକ, ସଞ୍ଜୟ କୁମାର ସେଠି, ବୁଲୁନନା, ସୁରେନ୍ଦ୍ର ମଲ୍ଲିକ, ଅଧର କୁମାର ଦାସ, ଦାସ ବିରଭଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବଡ଼ ପୁଅ ସୋମ୍ୟରଞ୍ଜନ ଦାସ ମୁଖାଗ୍ନି ଦେଇଥିଲେ