କୁଜଙ୍ଗ , 23/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା - 22/08 ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ କଙ୍କର୍ଡିଆ ଅଞ୍ଚଳରେ ଏକ ପୋଖରୀରୁ ଜଣେ ୭୦ ବର୍ଷୀୟା ମହିଳାଙ୍କ ମୃତଦେହ ଶନିବାର ସକାଳେ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ପମି ମହାପାତ୍ର। ତାଙ୍କ ସ୍ୱାମୀଙ୍କ ନାମ ନିଶାକର ମହାପାତ୍ର। ସୂଚନା ଅନୁଯାୟୀ, ପମି ମହାପାତ୍ର ଶୁକ୍ରବାର ସନ୍ଧ୍ୟାରେ ଶୌଚ ହେବା ପାଇଁ ଘରୁ ବାହାରକୁ ଯାଇଥିଲେ। ଦୀର୍ଘ ସମୟ ପରେ ମଧ୍ୟ ସେ ଘରକୁ ଫେରିନଥିବାରୁ ପରିବାର ଲୋକେ ଓ ବନ୍ଧୁବାନ୍ଧବ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତେବେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ପରେ ଅଗ୍ନିଶମ ବାହିନୀର ସହାୟତାରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ଶନିବାର ସକାଳେ ଏକ ପୋଖରୀରୁ ପମି ମହାପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଉଦ୍ଧାର ପରେ ହାପି ମହାନ୍ତିଙ୍କ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ତୁରନ୍ତ ପୋଷ୍ଟମର୍ଟମ ପାଇଁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା।
ମୃତକଙ୍କ ପରିବାର ଆର୍ଥିକ ଭାବେ ଅସହାୟ ଥିବାରୁ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପରିବାର ଓ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।