ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପରୁ ଚୀନ ଯାଉଥିବା ଜାହାଜ ସହ ଯୋଗାଯୋଗ ବିଛିନ୍ନ

ପାରାଦୀପ, 23/08/2026, ଉତ୍କଳ voice news - utkalvoicenews.com( ପାରାଦୀପ ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପାରାଦୀପରୁ ଚୀନ ଅଭିମୁଖେ ଯାଉଥିବା ଏକ ବଡ଼ ମାଲବାହୀ ଜାହାଜ ସହ ଯୋଗାଯୋଗ ବିଛିନ୍ନ ହୋଇଥିବାରୁ ଚିନ୍ତା ବଢ଼ିଛି। ଗତ ୨୦ ତାରିଖ ବିଳମ୍ବିତ ରାତିରେ ପାରାଦୀପ ବନ୍ଦରରୁ ଆଇରନ୍ ଓର୍ ନେଇ ଚୀନ ଅଭିମୁଖେ ବାହାରିଥିଲା ପାନାମା ପତାକାଧାରୀ ମାଲବାହୀ ଜାହାଜ ‘ଓସେନ୍ ଉଇନର୍’। ତେବେ ୨୧ ତାରିଖଠାରୁ ଜାହାଜଟି ସହ ଆଉ ଯୋଗାଯୋଗ ହୋଇପାରୁନଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ପାରାଦୀପ ଉପକୂଳଠାରୁ ପ୍ରାୟ ୨୨୦ ନଟିକାଲ୍ ମାଇଲ୍ ଦୂରରେ, ପୋର୍ଟ ବ୍ଲେୟାର୍ ଦ୍ୱୀପପୁଞ୍ଜ ନିକଟରେ ଥିବା ସମୟରେ ଜାହାଜ ସହ ଯୋଗାଯୋଗ ବିଛିନ୍ନ ହୋଇଛି। ସବୁଠାରୁ ଚିନ୍ତାଜନକ କଥା ହେଉଛି, ଜାହାଜରେ ଥିଲେ ମୋଟ ୨୪ ଜଣ କ୍ରୁ ସଦସ୍ୟ। ସେମାନଙ୍କ ମଧ୍ୟରେ ଚୀନର ୨୦ ଜଣ, ମିଆଁମାରର ୩ ଜଣ ଏବଂ ବାଂଲାଦେଶର ଜଣେ କ୍ରୁ ସଦସ୍ୟ ଥିବା ଜଣାପଡ଼ିଛି। ଜାହାଜରେ ପ୍ରାୟ ୧ ଲକ୍ଷ ୪୦ ହଜାର ୨୨୦ ମେଟ୍ରିକ୍ ଟନ୍ ଆଇରନ୍ ଓର୍ ଲୋଡ୍ ହୋଇଥିଲା। ଏହି ମାଲ୍ ସି ଲିଓନି ଏସିଇ କମ୍ପାନୀର ବୋଲି ସୂଚନା ମିଳିଛି। ପାରାଦୀପ ବନ୍ଦରକୁ ଆସି ବନ୍ଦରର ନିଷିଦ୍ଧାଞ୍ଚଳରୁ ବୋଥ୍ରା ସିପିଙ୍ଗ ଏଜେଣ୍ଟ ମାଧ୍ୟମରେ ଜାହାଜଟି ଆଇରନ୍ ଓର୍ ନେଇଥିବା କୁହାଯାଉଛି। ଜାହାଜଟି କେଉଁଠାରେ ଅଛି? କ୍ରୁ ସଦସ୍ୟମାନେ ସୁରକ୍ଷିତ ଅଛନ୍ତି କି? ନା ଦୂର ସମୁଦ୍ର ମଧ୍ୟରେ କୌଣସି ବଡ଼ ଦୁର୍ଘଟଣାର ଶିକାର ହୋଇଛି ଜାହାଜ? ଏହି ସବୁ ପ୍ରଶ୍ନ ଏବେ ଉଠିଛି। ଘଟଣା ପରେ ଭାରତୀୟ କୋଷ୍ଟଗାର୍ଡ, ଆଣ୍ଡାମାନ କୋଷ୍ଟଗାର୍ଡ ଏବଂ ନ୍ୟାଭି ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ ଜାହାଜଟିର ପ୍ରକୃତ ସ୍ଥିତି ସ୍ପଷ୍ଟ ହୋଇନାହିଁ। ‘ଓସେନ୍ ଉଇନର୍’ ସୁରକ୍ଷିତ ଅଛି ନା ଦୂର ସମୁଦ୍ରରେ ଘଟିଛି କୌଣସି ବଡ଼ ଅଘଟଣ? ସର୍ଚ୍ଚ ଅପରେସନ୍ ଶେଷ ହେବା ପରେ ହିଁ ଘଟଣାର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ।
4