ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଡ଼କ୍ଟର ଵିଷ୍ଣୁପ୍ରିୟା ଦାସ ପାଇବେ "ଗାଳ୍ପିକ ନିଖିଳ କୁମାର କାନୁନଗୋ ସ୍ମୃତି ସମ୍ମାନ"।

ଜଗତସିଂହପୁର, 23/08/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ୨୩/୮/୨୬ ପ୍ରଫେସର ଡ଼ଃ ଵିଷ୍ଣୁ ପ୍ରିୟା ଦାସ ପରିଚିତ ସାରସ୍ୱତ ସାଧିକା। ଏକା ଧାରରେ ଜଣେ କବି,ପ୍ରାବନ୍ଧିକ ଓ ଗାଳ୍ପିକ ଭାବରେ ଜଗତସିଂହପୁର ଜିଲ୍ଲା କାହିଁକି ସାରା ଓଡ଼ିଶାରେ ପରିଚିତ। ତାଙ୍କ ଲେଖାରେ ଗାଁ,ଗାଁର ସଂସ୍କୃତି ଓ ପ୍ରକୃତିର ଚିତ୍ର ଫୁଟି ଉଠେ। ଡ଼ଃ ଶ୍ରୀମତୀ ଦାସଙ୍କ ଲେଖା ବହୁ ପତ୍ର ଓ ପତ୍ରିକା ରେ ପ୍ରକାଶପାଇ ଆସୁଛି ।ବିଭିନ୍ନ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନରେ ରହି ଦୀର୍ଘ ଦିନ ହେବ ସାହିତ୍ୟ ସାଧନା ସହିତ ସମାଜ ସେବା କରିଆସୁଛନ୍ତି। ଡ଼ଃ ଶ୍ରୀମତୀ ଦାସଙ୍କୁ ଜୀବନ ବ୍ୟାପି ସାଧନା ପାଇଁ" ଗାଳ୍ପିକ ନିଖିଳ କୁମାର କାନୁନଗୋ ସ୍ମୃତି ସମ୍ମାନ" ଏରସମାର ଦେଉଳି ଠାରେ ୭/୯/୨୦୨୬ତାରିଖରେ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ। ନିଖିଳ କୁମାର କାନୁନଗୋ ସ୍ମୃତି କମିଟିର ଆବାହକ ମଳୟକାନ୍ତ କାନୁନଗୋ ସୂଚନା ଦେଇଛନ୍ତି।
3