ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଖୋଜ ଜାହାଜର ଦୁଇଜଣ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର

ପାରାଦୀପ, 23/08/2026, ଉତ୍କଳ voice news - utkalvoicenews.com( ପାରାଦୀପ , କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏକ ଜାହାଜ ସହ ଯୋଗାଯୋଗ ବିଛିନ୍ନ ହେବା ଘଟଣାରେ ଏବେ ଆସିଛି ବଡ଼ ଖବର। ନିଖୋଜ ଜାହାଜର ଦୁଇଜଣ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିବା ଭାରତୀୟ ନୌସେନା ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି। ‘ଓସେନ ଉଇନର’ ନାମକ ପାନାମା ପତାକାଧାରୀ ଏହି ଜାହାଜ ପାରାଦୀପରୁ ଆଇରନ୍ ଓର୍ ନେଇ ଚାଇନା ଅଭିମୁଖେ ଯାଉଥିଲା। ଗତ ୨୧ ତାରିଖରୁ ଜାହାଜ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଜାହାଜରେ ଚୀନ୍‌ର ୨୦ ଜଣ, ମିଆଁମାରର ୩ ଜଣ ଏବଂ ବାଂଲାଦେଶର ଜଣେ—ମୋଟ ୨୪ ଜଣ କ୍ରିୟୁ ସଦସ୍ୟ ଥିଲେ। ପୋର୍ଟ ବ୍ଲେୟାର ନିକଟ ସମୁଦ୍ରରେ ଜାହାଜର ସନ୍ଧାନ ପାଇଁ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ଅଭିଯାନ ଜାରି ରହିଥିଲା। ଦୁଇ କ୍ରିୟୁ ସଦସ୍ୟଙ୍କ ଉଦ୍ଧାର ପରେ ଘଟଣାକୁ ନେଇ ଆହୁରି ଅନେକ ପ୍ରଶ୍ନ ଉଠିଛି। ତେବେ ଜାହାଜଟି ବୁଡ଼ିଛି କି ନାହିଁ, ସେନେଇ ଅଧିକାରିକ ଭାବେ ସ୍ପଷ୍ଟ ସୂଚନାକୁ ଅପେକ୍ଷା କରାଯାଉଛି।
12