ବୁଗୁଡ଼ା, 23/08/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :

ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମିତି ସଭାପତି ପ୍ରମୋଦ ଚନ୍ଦ୍ର ସେନାପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ମାତୃ ଭାରତୀ ନିର୍ଦ୍ଦେଶିକା ମଧୁସ୍ମିତା ପାଢୀ, ସମିତି ସମ୍ପାଦକ ବିଶ୍ୱମୋହନ ମିଶ୍ର ଓ କୋଷାଧ୍ୟକ୍ଷ ତ୍ରିଲୋଚନ ସାହୁ ପ୍ରମୁଖ ଯୋଗ ଦେଇ ମାର୍ଗ ଦର୍ଶନ କରିବା ସହ ଶିଶୁଙ୍କୁ ଗଢି ତୋଳିବାରେ ମାଆଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅରୁଣ, ଉଦୟ ଓ ପ୍ରଭାତ ବର୍ଗର ଶିଶୁମାନଙ୍କ ମାଆମାନେ ଯୋଗ ଦେଇଥିବା ବେଳେ ସେମାନଙ୍କ ଭାଷା, ବିଜ୍ଞାନ, ଶାରୀରିକ, କାହାଣୀ ଓ ପ୍ରଦର୍ଶନୀ କାଳାଂଶ ହୋଇଥିଲା। ଶିଶୁ ବାଟିକା ପ୍ରମୁଖ ଗୁରୁମା ମମତା କୁମାରୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁମା ସୁଜାତା ମହାପାତ୍ର, ରଶ୍ମିତା କୁମାରୀ ଜେନା, ଅର୍ଚ୍ଚନାମୟୀ ପାତ୍ର, ପାପା ବିଶୋୟୀ, ରାକ୍ଷୀ ସ୍ୱାଇଁ, ଦୀପିକା ପାତ୍ର,ୟୁ. ଜୟଶ୍ରୀ ଦୋରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ୟ ଚଣ୍ଡି ପ୍ରସାଦ ବେହେରା ଅତିଥି ପରିଚୟ ପ୍ରଦାନ ଏବଂ ପରିଶେଷରେ ଆଚାର୍ଯ୍ୟ ପ୍ରତିନିଧି ଗୁରୁମା ସୁମତି ମିଶ୍ର ଧନ୍ୟବାଦ ଦେଇଥିଲେ।