ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜନକଲ୍ୟାଣର ଦ୍ଵାଦଶ ବର୍ଷ ପୂର୍ତ୍ତି ଘରେ ଘରେ ତ୍ରିରଙ୍ଗା ଏବଂ ବିଭାଜନର ବିଭୀଷିକା ଶୀର୍ଷକ ତ୍ରିଦିବସୀୟ ସମ୍ମିଳନୀ

ଗଞ୍ଜାମ / ବ୍ରହ୍ମପୁର, 24/08/2026, ଉତ୍କଳ voice news - utkalvoicenews.comତା - 23/08 ଭାରତ ସରକାରଙ୍କ ସୂଚ଼ନା ଓ ପ୍ରସାରଣ ମନ୍ତ୍ରାଳୟର କେନ୍ଦ୍ରୀୟ ସଂଚାର ବ୍ୟୁରୋ କ୍ଷେତ୍ରୀୟ କାର୍ଯ୍ୟାଳୟ, ବ୍ରହ୍ମପୁର ପକ୍ଷରୁ "ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର ଦ୍ଵାଦଶ ବର୍ଷ ପୂର୍ତ୍ତି ତଥା ଘରେ ଘରେ ତ୍ରିରଙ୍ଗା ଏବଂ ବିଭାଜନର ବିଭୀଷିକା" ଶୀର୍ଷକ ତ୍ରିଦିବସୀୟ ସମ୍ମିଳନୀ ଆରମ୍ଭ ହୋଇଛି l
Article Image
ମୋଦି ସରକାରରେ ଅମୃତ କାଳର ବାର ବର୍ଷର ଉଲ୍ଲେଖନୀୟ ସେବା ଓ ପରିବର୍ତ୍ତନ ସଂପର୍କରେ ସମନ୍ବିତ ଯୋଗାଯୋଗ ତଥା ଜନ ସଂପର୍କ ମାଧ୍ୟମରେ ଜନ ସଚେତନତା ସୃଷ୍ଟି ଏହାର ଲକ୍ଷ୍ୟ l କେନ୍ଦ୍ର ସରକାରଙ୍କ ଅନନ୍ୟ ଉପଲବ୍ଧି ସଂପର୍କରେ ବ୍ୟାପକ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ରଙ୍ଗେଇଲୁଣ୍ଡା ବ୍ଳକର ଭାବିନିପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଞ୍ଚଳବାସୀ, ଅଙ୍ଗନବାଡି କର୍ମୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ମା' ମାନଙ୍କ ସମାବେଶ ଏବଂ ପ୍ରତ୍ୟକ୍ଷ ଅଂଶଗ୍ରହଣ ସହ ଜାତୀୟ ପ୍ରସଙ୍ଗ ସଂପର୍କିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ସ୍ଵାଧୀନତାର ଶତବାର୍ଷିକୀ ପାଳନ ଅବସରରେ ୨୦୪୭ ମସିହା ସୁଦ୍ଧା 'ବିକଶିତ ଭାରତ' ଲକ୍ଷ୍ୟ ହାସଲର ରୋଡ଼ ମ୍ୟାପ୍ ସଂପର୍କରେ ତୃଣମୂଳ ସ୍ତରରେ ଏହା ସଚେତନତା ସୃଷ୍ଟି କରିବ l ୨୧ରୁ ୨୩ ତାରିଖ ତିନି ଦିନ ବ୍ୟାପି ପ୍ରସଙ୍ଗ ଭିତ୍ତିକ ଅର୍ଥପୂର୍ଣ୍ଣ ଆଲୋଚନା, ଆଞ୍ଚଳିକ ନେତୃତ୍ୱ ସୃଷ୍ଟି କରିବାରେ, ଯୋଜନା ପ୍ରଣୟନ ଏବଂ ରୂପାୟନ କ୍ଷେତ୍ରରେ ନାଗରିକ ଅଂଶୀଦାରୀ ସୁନିଶ୍ଚିତ କରିବାରେ ତଥା ନୀତିଗତ ନିଷ୍ପତ୍ତି ନେବାର କ୍ଷମତା ଆଣିବାରେ, ସର୍ବୋପରି ପ୍ରମୁଖ ଜାତୀୟ ପ୍ରସଙ୍ଗ ଉପରେ ସଚେତନ ରହିବାରେ ବିଶେଷ ସହାୟକ ହୋଇପାରିବ l ବିଗତ ବାର ବର୍ଷର ସ୍ଥିର ଏବଂ ଲୋକପ୍ରିୟ ଶାସନରେ 'ମେକ୍ ଇନ୍ ଇଣ୍ଡିଆ'ର ଆହ୍ବାନ ଆତ୍ମନିର୍ଭର ଭାରତର ପଥ ପ୍ରଶସ୍ତ କରିବା ସହ ଆଜି ଉତ୍ପାଦନ, ନିବେଶ, ନବସୃଜନ ସହ ରୋଜଗାର ସୃଷ୍ଟି କ୍ଷେତ୍ରରେ ଦେଶ ଉଲ୍ଲେଖନୀୟ ସଫଳତା ହାସଲ କରିଚାଲିଛି l ବିଶ୍ୱ ବଜାରରେ ଭାରତୀୟ ଉତ୍ପାଦ ପ୍ରତି କ୍ରମବର୍ଦ୍ଧିଷ୍ଣୁ ଚାହିଦା ଭାରତୀୟ ଉତ୍ପାଦ ର ମାନ ଓ ବିଶ୍ୱସନୀୟତାର ବୈଶ୍ୱିକ ପ୍ରମାଣ l ସ୍ୱଚ୍ଛ ଭାରତ ମିଶନ, ଆୟୁଷ୍ମାନ ଭାରତ, ପି.ଏମ୍ କିଷାନ, ପ୍ରଧାନମନ୍ତ୍ରୀ ଜନଧନ, ଆବାସ ଯୋଜନା, ପି.ଏମ୍ ଗତି ଶକ୍ତି ଓ ନ୍ୟାସ୍‌ନାଲ ଲଜିଷ୍ଟିକ୍ସ୍ ପଲିସି, ବଳିଷ୍ଠ ଯୁବ ନୀତି ପରି ଅନେକ ଜନହିତକର ଐତିହାସିକ ନିଷ୍ପତ୍ତି ଭାରତର ସ୍ଥିତି ସୁଦୃଢ଼ କରିପାରିଛି l ମୋଦି ସରକାରର ୧୨ ବର୍ଷ ଶାସନରେ 'ସବ୍ କା ସାଥ୍, ସବ୍ କା ବିକାଶ, ସବ୍ କା ବିଶ୍ୱାସ ସହ ସବ୍ କା ପ୍ରୟାସ' ମୂଳମନ୍ତ୍ର ହୋଇଛି l ଏହି ସବୁ ଉପଲବ୍ଧି ସଂପର୍କରେ ପ୍ରଚାର ପ୍ରସାର ପାଇଁ ଉକ୍ତ ତ୍ରିଦିବସୀୟ ସଚେତନତା ଅଭିଯାନ ଉଦ୍ଦିଷ୍ଟ l ଏହା ସଚେତନତା ମୂଳକ ପଦଯାତ୍ରା ଠାରୁ ଆରମ୍ଭ କରି ଫଟୋ ପ୍ରଦର୍ଶନୀ, ଚାରାରୋପଣ, ଆଲୋଚନାଚକ୍ର, ପ୍ରସଙ୍ଗ ଭିତ୍ତିକ ପ୍ରତିଯୋଗିତା, ବିଭାଗୀୟ ଆଲୋଚନା/ କର୍ମଶାଳା, ସାଧାରଣ ସଭା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ମ୍ୟାଜିକ୍ ସୋ, ଅଂଶଗ୍ରହଣକାରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଂପନ୍ନ ହେବ l ଘରେ ଘରେ ତ୍ରିରଙ୍ଗା ଦ୍ୱାରା ଦେଶପ୍ରେମର ଭାବନା ଉଜ୍ଜୀବିତ ହେବା ସହ ବିଭାଜନର ବିଭୀଷିକା, ଅତୀତର କଳା ଇତିହାସ ସ୍ମରଣ କରାଇ, ଭବିଷ୍ୟତକୁ ସଜାଗ ରଖିବ l ସମ୍ମିଳନୀରେ ମନ୍ତ୍ରୀ, ବିଧାୟକଙ୍କ ସମେତ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ପ୍ରଥମ ଦିବସରେ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଆନୁଷ୍ଠାନିକ ଭାବେ ସମ୍ମିଳନୀର ଶୁଭାରମ୍ଭ ହୋଇଥିଲା l ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର, ଗଞ୍ଜାମ ହିମାଞ୍ଚଳ ସାହୁ, ଇଣ୍ଡିଆ ପୋଷ୍ଟର ବ୍ରହ୍ମପୁର ପୋଷ୍ଟାଲ୍ ଇନ୍ସପେକ୍ଟର କିରଣ ପ୍ରସାଦ ପାତ୍ରଙ୍କ ସହ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର କେନ୍ଦ୍ରୀୟ ସଂଚାର ବ୍ୟୁରୋ ଏବଂ ଗଣମାଧ୍ୟମ ସୂଚନା ବ୍ୟୁରୋର ପୂର୍ବ ଜୋନ୍ ଡି.ଜି. ଟି.ଭି.କେ.ରେଡ୍ଡୀ ଉଦ୍‌ବୋଧନ ଦେଇଥିଲେ l ଇଷ୍ଟ୍ ଜୋନ୍ ଡି.ଜି. ଏବଂ ପଦ୍ମଶ୍ରୀ ସୀମାଞ୍ଚଳ ପାତ୍ର ସମ୍ବର୍ଦ୍ଧିତ ହୋଇଥିଲେ l ସି.ବି.ସି. ର ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭାବିନିପୁର ଗ୍ରା.ପ.ର ସରପଞ୍ଚ ରଂଜିତ୍ କୁମାର ସାହୁ, ସି.ବି.ସି. ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ ଏବଂ ଗଣମାଧ୍ୟମ ସୂଚନା ବ୍ୟୁରୋ, ଭୁବନେଶ୍ୱରର ସହକାରୀ ସୂଚନା ଅଧିକାରୀ ବିକାଶ ରଞ୍ଜନ ଦଳେଇ କାର୍ଯ୍ୟକ୍ରମରେ ଅଭିଭାଷଣ ରଖିଥିଲେ l ଭୁବନେଶ୍ୱର ଆଞ୍ଚଳିକ ସି.ବି.ସି କାର୍ଯ୍ୟାଳୟର ତାଲିକାଭୁକ୍ତ ଷ୍ଟାଫ୍ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ବେଳେ ବିମଳ ବିଶ୍ୱାଳ ମ୍ୟାଜିକ୍ ସୋ ପ୍ରଦର୍ଶନ ଏବଂ ଆଲୋକ ବିଶୋଇଙ୍କ ତତ୍ତ୍ବାବଧାନରେ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ସି.ବି.ସି., ବ୍ରହ୍ମପରର ସହକାରୀ ଅଧିକାରୀ ଜୀବନ କୁମାର ସାମନ୍ତସିଂହାର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l
4