ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଲରେ ହଳ କରୁଥିବା ବେଳେ ବିଦ୍ୟୁତ୍ ଆଘାତ,ଦୁଇ ଯୁବକଙ୍କ ମୃତ୍ୟୁ

ଜଗତସିଂହପୁର, 24/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ସରୋଜ ସାହୁ ) :
Article Image
ଜଗତସିଂହପୁର ସଦର ଥାନା ବେନୁଖଣ୍ଡାରେ ଅଘଟଣ। ବିଲରେ ହଳ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ। ମୃତକ ହେଲେ ଅଜୟ କୁମାର ସାହୁ ଓ ସାଗର ଭୋଇ। ଗୁରୁତର ଅବସ୍ଥାରେ ସଦର ମେଡିକାଲକୁ ଅଣାଯିବା ପରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କଲେ। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା। ବିଲରେ ହୋଇ ଥିବା ବୋରିଂ କୁ ମାଟି ତଳେ ବିଦ୍ୟୁତ ତାର ଯାଇଥିଲା । ତେବେ ଟ୍ରାକ୍ଟର ରେ ହଳ କରିବା ସମୟରେ ଏହି ଅଘଟଣ ଘଟିଛି । ତେବେ ଏହାକୁ ନେଇ ବିଦ୍ୟୁତ ବିଭାଗ ଦାୟୀ କରିଛନ୍ତି ପରିବାର ଲୋକେ । ତେବେ ଏ ନେଇ ଜଗତସିଂହପୁର ସଦର ଥାନାରେ ଏକ ଏତଲା ଦିଆଯାଇ ଥିବା ବେଳେ କ୍ଷତି ପୂରଣ ଦେବାକୁ ଦାବି ହୋଇଛି ।
4