ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିପୁଲସ କଲେଜରେ 'ଶକ୍ତିଶ୍ରୀ' କାର୍ଯ୍ୟକ୍ରମ : ଛାତ୍ରୀମାନଙ୍କୁ ପୋଷଣ,ଋତୁସ୍ରାବ ଓ ରକ୍ତହୀନତା ସମ୍ପର୍କରେ ସଚେତନତା

ବୁଗୁଡ଼ା, 24/08/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ପିପୁଲସ କଲେଜରେ "ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ" କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଛାତ୍ରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶକ୍ତିଶ୍ରୀ ପ୍ରକୋଷ୍ଠ ସଂଯୋଜିକା ଅଧ୍ୟାପିକା ଡକ୍ଟର ରଶ୍ମିତା କୁମାରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପୋଷଣ, ମାସିକ ଋତୁସ୍ରାବ ଓ ରକ୍ତହୀନତା ବିଷୟରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କଲେଜର ପ୍ରିନ୍ସିପାଲ ଭଗବାନ ଶତପଥୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ସିଡ଼ିପିଓ ବବିତା କୁମାରୀ ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ କଲେଜର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ମନୋଜ କୁମାର ଦାଶ ଓ ପ୍ରାଣୀବିଜ୍ଞାନ ସହାୟକ ରାମକୃଷ୍ଣ ନାୟକ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ପଣ୍ଡା ପୋଷଣ, ମାସିକ ଋତୁସ୍ରାବ ଓ ରକ୍ତହୀନତା ବିଷୟରେ ପୃଷ୍ଟିସାର ଯୁକ୍ତ ଘରୋଇ ଖାଦ୍ୟ, ମାସିକ ଋତସ୍ରାବ ସମୟ ଅସମତା ହେଲେ ଡାକ୍ତରଙ୍କ ସହ ପରାମର୍ଶ ଓ ରକ୍ତହୀନତା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ସହ ଲୌହଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥିଲା। ଏହି ତିନୋଟି ସମସ୍ୟା ପ୍ରତି ଯୁବ ଛାତ୍ରୀମାନେ ସର୍ବଦା ସଚେତନତା ରହିଲେ ସୁସ୍ଥ ସ୍ୱାସ୍ଥ୍ୟ ବାତାବରଣ ସୃଷ୍ଟି ହୋଇପାରିବ। ଶେଷରେ ସଂଯୋଜିକା ଅଧ୍ୟାପିକା ଡକ୍ଟର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
8