ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପରିବେଶକୁ ସ୍ୱଚ୍ଛତା ଆଣିବା ପାଇଁ କୁଜଙ୍ଗ ମଣ୍ଡଳ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ।

କୁଜଙ୍ଗ, 07/12/2024, ଉତ୍କଳ voice news - utkalvoicenews.comପରିବେଶକୁ ସ୍ୱଚ୍ଛତା ଆଣିବା ପାଇଁ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି କୁଜଙ୍ଗ ମଣ୍ଡଳ ବିଜେପି ପକ୍ଷରୁ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାର ବିଜେପି କର୍ମୀ ମାନେ ଯୋଗ ଦେଇଥିଲେ।
Article Image
ତେବେ ଏହି ସଫେଇ କାର୍ଯ୍ୟକ୍ରମ ପ୍ରଥମେ କୁଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇଥିଲା ଓ ପରେ ବ୍ଲକ କାର୍ଯ୍ୟାଳୟ, ମହିଳା ଓ ଶିଶୁବିକାଶ କାର୍ଯ୍ୟାଳୟ,କୁଜଙ୍ଗ ଥାନା ପରିସର ମଧ୍ୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଗୋପିଆକୁଦ ସରପଞ୍ଚ ଶ୍ରୀନିବାସ ସ୍ବାଇଁ,କୁଜଙ୍ଗ ସରପଞ୍ଚ ଶ୍ରୀମତୀ ବନ୍ଦିତା ଦାସ,ଜିଲ୍ଲାନାସୀ ସରପଞ୍ଚଙ୍କ ପ୍ରତିନିଧି ଅଭୟ ପରିଡ଼ା,ଦୁଷମନ୍ତ ନାଥ ଶର୍ମା,ଓବିଶୀ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଦେବରାଜ ସାମଲ,ସଞ୍ଜୀତ ବେହେରା,ଅକ୍ଷୟ କୁମାର ଦାସ,ମନରଞ୍ଜନ ସ୍ବାଇଁ,ସୌଭାଗ୍ୟ ପ୍ରଧାନ,ପବିତ୍ର ପରିଜା, ଅଜୟ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ସଫେଇ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।
1