କୁଜଙ୍ଗ , 26/02/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଠାରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଜଗନ୍ନାଥପୁର ଗ୍ରାମର ଗ୍ରାମବାସୀମାନେ ମିଳିତ ହୋଇ ଖୁବ୍ ଧୁମ୍ ଧାମରେ ଭୋଳାଶଙ୍କର କର ଜାଗର ପାଳିଥଲେ। ଏହି ମହାଦେବଙ୍କର ଜଗଦୀଶ୍ୱର ମନ୍ଦିର ଦୀର୍ଘ ୯ ବର୍ଷ ହେଲା ଗ୍ରାମବାସୀର ଯୁବକମାନେ ସୁରୁଖୁରୁରେ ସମାପନ କରିଆସୁଛନ୍ତି। ଦୀର୍ଘ ୯ ବର୍ଷ ଧରି ଏହି ମନ୍ଦିରର ମହାଶିବରାତ୍ରି ଏହି ଗ୍ରାମର ଗ୍ରାମବାସୀମାନେ ଶୃଙ୍ଖଳିତ ଭାବେ ପାଳି ଆସୁଛନ୍ତି। ଏହି ପବିତ୍ର ଦିନରେ ଆଖପାଖ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଥିଲା।ତେଣୁ ଏହି ଜଗଦୀଶ୍ୱର ମହାଦେବ ମନ୍ଦିରରେ ହେଉଥିବା ପବିତ୍ର ମହାଶିବରାତ୍ରିରେ ଯାହାକୁ ଯାହା ଦାୟିତ୍ଵ ଦିଆଯାଇଥିଲା ସେମାନେ ସହଯୋଗ କରି ସହି କାର୍ଯ୍ୟକୁ ସମାପନ କରିଥିଲେ। ଏବଂ ସବୁଠୁ ନିୟାରା କାର୍ଯ୍ୟକ୍ରମ ହେଉଛି ଏହି ପବିତ୍ର ଦିନରେ ସେହି ଗ୍ରାମର ନିଜର ପିଲାମାନେ ଲଉଡ଼ି ଖେଳ କରିଥଲେ ଓ ସେହି ଲଉଡ଼ି ଖେଳ ଲୋକମାନଙ୍କୁ ବେଶ୍ ଆକର୍ଷିତ କରିଥିଲା। ସଭା ଶେଷରେ ଦିନସାରା ଉପବାସ କରି ଦୀପ ଜାଳିବାକୁ ଆସିଥିବା ଭକ୍ତ ମାନଙ୍କ ପାଇଁ ପଣାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।