ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶିଷ୍ଟ ବ୍ୟବସାୟୀ ଅକ୍ଷୟ କୁମାର ଦାସ ଙ୍କ ସ୍ମୃତି ଚାରଣ

ରଘୁନାଥପୁର, 24/08/2026, ଉତ୍କଳ voice news - utkalvoicenews.com( ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) : ତା:24:08:2026 ରଘୁନାଥପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ପଞ୍ଚାୟତ ଅଧୀନ କୋରକରା ଗ୍ରାମର ମହାଦେବ ତୋଳା ର ବିଶିଷ୍ଟ ବ୍ୟବସାୟୀ ତଥା ଶ୍ରୀ ଶ୍ରୀ ମହାରୁଦ୍ର ସୁଇଟଷ୍ଟଲ ର ପ୍ରତିଷ୍ଠାତା
Article Image
ସ୍ବର୍ଗତ ଅକ୍ଷୟ କୁମାର ଦାସ ଙ୍କ ଏକାଦଶାହ ଅବସରରେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ତଥା ଓଡିଶା ସାମ୍ବାଦିକ ସଂଘ ର ରାଜ୍ୟ ସମ୍ପାଦକ ଡକ୍ଟର ସୁନାକର ବେହେରା, ଇଣ୍ଟେଲେକଚୁଆଲ ଫୋରମ ର ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ବରିଷ୍ଠ ସାମାଜିକ କର୍ମି ଦୁର୍ଯ୍ୟୋଧନ ପାତ୍ର,ବିନୋଦ କୁମାର ବରାଳ ଉପସ୍ଥିତ ହୋଇ ଦିବଂଗତ ଆତ୍ମାର ସଦଗତି କାମନା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ପରିବାର ବର୍ଗଙ୍କ ମଧ୍ୟରେ ଭାଇ ଅମର କୁମାର ଦାସ,ଅତୁଲ୍ୟ କୁମାର ଦାସ, ଅଜୟ କୁମାର ଦାସ,ଏକ ମାତ୍ର ପୁତ୍ର ବିଶ୍ୱରଂଜନ ଦାସ,ପୁତ୍ର ବଧୂ ମଧୁସ୍ମିତା ଦାସ, ଝିଅ ମୋନାଲିସା ଦାସ,ଜାମାତା ବୈଦନାଥ ଦାସ,ନାତି ନାତୁଣୀ, ଆତ୍ମୀୟ ସ୍ୱଜ୍ଜନ ଓ ସମସ୍ତ ପରିବାର ବର୍ଗ ପ୍ରମୁଖ ଉପସ୍ଥିତ ଥିଲେ।
17