କୁଜଙ୍ଗ, 24/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ସଂସ୍କୃତ ସାହିତ୍ୟ ର ବିଶିଷ୍ଟ ଗବେଷକ, ଓଡ଼ିଆ ସାରସ୍ୱତ ସ୍ରଷ୍ଟା ପଣ୍ଡିତ ଉପେନ୍ଦ୍ର ନାଥ ମିଶ୍ର ଙ୍କ ର ଗତକାଲି ରବିବାର ରାତି ୨ଟା ୪୫ ମିନିଟ୍ ସମୟ ରେ କଟକ ସ୍ଥିତ ଏକ ଘରୋଇ ନର୍ସିଂହୋମରେ ଅଣାନବେ (୮୯) ବର୍ଷ ବୟସ ରେ ପରଲୋକ ହୋଇଯାଇଛି। ଗତ କିଛି ବର୍ଷ ହେବ ପଣ୍ଡିତ ମିଶ୍ର ଅସୁସ୍ଥ ଥାଇ ନିଜ ଘରେ ଚିକିତ୍ସାଧୀନ ଥିଲେ। ତାଙ୍କର ଛାତ୍ର ଜୀବନ

ବନବିହାରୀ ହାଇସ୍କୁଲ ରେ କଟିଥିବା ବେଳେ ସେ ମଧ୍ୟ ସଂସ୍କୃତ ଶିକ୍ଷକ ଭାବେ ଦୀର୍ଘ ତିରିଶ ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି ସ୍କୁଲ ରେ କଟାଇ ହଜାର ହଜାର ଛାତ୍ର ଛାତ୍ରୀ ଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ଆସିଛନ୍ତି। ଯେଉଁ ଛାତ୍ର ଛାତ୍ରୀ ଚାହୁଁଥିଲେ ପଣ୍ଡିତ ମିଶ୍ର ସେମାନଙ୍କୁ ଉତ୍ତମ ସଂସ୍କୃତ ଶିକ୍ଷା ଦେଉଥିଲେ। ସ୍ନେହ, ଶ୍ରଦ୍ଧା, ଓ ଆନ୍ତରିକତା ପ୍ରଦାନ କରି ସେ ଆସୁଥିଲେ। ସ୍କୁଲ ର ପ୍ରାୟ ସବୁ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ, ଓ ବାର୍ଷିକ ଉତ୍ସବ ରେ ତାଙ୍କୁ ମଞ୍ଚାସୀନ କରାଯାଉଥିଲା। ତାଙ୍କର ଛାତ୍ର ଛାତ୍ରୀ ମାନେ ଆଜି ବହୁ ଉଚ୍ଚ ପଦବୀ ରେ ଅଧିଷ୍ଠିତ ହୋଇଛନ୍ତି। ମୃତ୍ୟୁ ଖବର ପାଇବା ପରେ କୁଜଙ୍ଗ ଅଞ୍ଚଳ ରେ ଗଭୀର ଶୋକ ର ଛାୟା ଖେଳିଯାଇଥିଲା। କଟକ ରୁ ତାଙ୍କ ମର ଶରୀର କୁ ବନବିହାରୀ ହାଇସ୍କୁଲ କୁ ଅଣାଯାଇଥିଲା। ଏହି ସ୍କୁଲ ଥିଲା ତାଙ୍କର ଅତି ପ୍ରିୟ ସ୍ଥାନ। ଶତାଧିକ ସ୍କୁଲ ଛାତ୍ର ଛାତ୍ରୀ ମାନେ ଏଠାରେ ରୁଣ୍ଡ ହୋଇ ପଣ୍ଡିତ ଉପେନ୍ଦ୍ର ମିଶ୍ର ଅମର ରହେ ଧ୍ୱନି ରେ ପ୍ରକମ୍ପିତ କରିଦେଇଥିଲେ। ଏଠାରେ ପଣ୍ଡିତ ମିଶ୍ର ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଜୀବନ ର ଶେଷ ପର୍ଯ୍ୟନ୍ତ ସ୍କୁଲ ର ପାଠ ପଢା ଓ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ସେ ତତ୍ପୀର କରୁଥିଲେ। ପଣ୍ଡିତ ମିଶ୍ର ଶିକ୍ଷକତା ସହିତ ଜଣେ ବିଶିଷ୍ଟ ସାରସ୍ୱତ ସାଧକ ଥିଲେ। ଉତ୍କଳ ସାହିତ୍ୟ ସମାଜ ର ଆଜୀବନ ସଦସ୍ୟ ମଧ୍ୟ ଥିଲେ। ତାଙ୍କ ରଚିତ ନୀଳମାଧବ ରୁ ଶ୍ରୀଜଗନ୍ନାଥ, ଛିନ୍ନମସ୍ତା, ନୀତି ଶ୍ଲୋକ ରତ୍ନମାଳା, ସାବିତ୍ରୀ ବ୍ରତ ଉପାଖ୍ୟାନ, ଓ ବୈଦେହୀଶ ବିଳାସ ପ୍ରଭୃତି ଉପାଦେୟ ପୁସ୍ତକ ମାନ ପ୍ରକାଶ ପାଇଛି। ତାଙ୍କ ରଚିତ ସାହିତ୍ୟ ର ବହୁ ପୁସ୍ତକ ର ପାଣ୍ଡୁଲିପି ଏ ପର୍ଯ୍ୟନ୍ତ ଅପ୍ରକାଶିତ ରହିଛି। ବନବିହାରୀ ହାଇସ୍କୁଲ ରେ ପହଞ୍ଚିବା ପରେ ପୂର୍ବତନ ସାଂସଦ ତଥା ଏ ସ୍କୁଲ ର ଛାତ୍ର ଡା କୁଳମଣି ସାମଲ, ସ୍କୁଲ ର ପ୍ରଧାନ ଶିକ୍ଷକ ଓ ବିଇଓ ମନୋଜ ବେହେରା, ସାହିତ୍ୟିକ ସରୋଜ ପଟ୍ଟନାୟକ, ସାହିତ୍ୟିକ ଜୀବନାନନ୍ଦ ଅଧିକାରୀ, ନାଟ୍ୟକାର ଡକ୍ଟର ରଘୁ ସାହୁ, ଡାକ୍ତର କାହ୍ନୁ ଚରଣ ସ୍ୱାଇଁ, ସ୍କୁଲ ପୂର୍ବତନ ପ୍ରଧାନ ଶିକ୍ଷକ ସରୋଜ ବେହେରା, ସୂର୍ଯ୍ୟକାନ୍ତ ସ୍ୱାଇଁ, ପ୍ରବୀର ପ୍ରଧାନ, ନବ କିଶୋର ସାହୁ, ରୁନିବାଳା ମଲ୍ଲିକ, ଗୀତାଞ୍ଜଳି ସେନାପତି, ସସ୍ମିତା ନାୟକ, ରବୀନ୍ଦ୍ର ନାୟକ, ବିଜୟ ଖଟାଇ, ଶଙ୍କର ଚରଣ ଦାସ, ନବୀନ ପ୍ରଧାନ, ସୁବାସ ସାମନ୍ତରାୟ, ବାବୁରାମ ଚୌଧୁରୀ, ଦାମୋଦର ସ୍ୱାଇଁ, ମନୀନ୍ଦ୍ର ଗୁରୁ, ଆଡଭୋକେଟ୍ ସୁଶାନ୍ତ ପଟ୍ଟନାୟକ,ମାନସ ଦାସ, ଏ ଏନ୍ ଡି ଯାଦବ, ପ୍ରଫୁଲ୍ଲ ପରିଡ଼ା, ଭାରତ ଭୂଷଣ ଦାସ, ସତ୍ୟ ପ୍ରକାଶ ଦାସ, ସୁଦର୍ଶନ ସ୍ୱାଇଁ, ସୁବାସ ଦାସ, ଶରତ ଜେନା ଓ ପ୍ରଭାସ ରଞ୍ଜନ ଗୁରୁ ଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ତାଙ୍କର ଶେଷ ଇଛା ଅନୁଯାୟୀ ତାଙ୍କର ମର ଶରୀର କୁ ନିଜ ଗାଁ ଶ୍ମଶାନ ସନ୍ତରା ରେ ସଂସ୍କାର କରାଯାଇଥିଲା। ମୃତ୍ୟୁ ବେଳେ ତାଙ୍କର ଚାରି ଝିଅ, ଓ ଜାମାତା ଉପସ୍ଥିତ ଥିଲେ। ତାଙ୍କର ଜ୍ୟେଷ୍ଠ ପୁତ୍ର ସତ୍ୟ ଶଙ୍କର ମୁଖାଗ୍ନି ଦେଇଥିଲେ। ଅନ୍ୟ ଦୁଇ ପୁଅ ଏଥିରେ ସହଯୋଗ କରିଥିଲେ।

