ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କଲେଜ ସମ୍ମୁଖରେ ବର୍ଷା ଜଳ ନିଷ୍କାସନ ନ ହେବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନ ସାଧାରଣ ଓ ବିଦ୍ୟର୍ଥୀ।।

ରାହାମା, 25/08/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ରିପୋର୍ଟ ) :
Article Image
*ନା ଅଛି ଡ୍ରେନେଜ ସୁବିଧା ନା ଅଛି ସୁଗମ ରାସ୍ତା,ରାସ୍ତାରେ ଉପରେ ଜମୁଛି ପାଣି ଯାତାୟାତ କରିବା କଷ୍ଟକର*
Article Image
୨୪/୦୮ ଜଗତସିଂହପୁର ଜିଲ୍ଲା ରାହାମା ସ୍ଥିତ ସାରଳା ମହାବିଦ୍ୟାଳୟ ସମ୍ମୁଖରେ ବର୍ଷା ଜଳ ନିଷ୍କାସନ ନ ହୋଇପାରିବାରୁ ଏକ ଗମ୍ଭୀର ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁଁ କଲେଜ ସମ୍ମୁଖ ମୁଖ୍ୟ ରାସ୍ତା ଏବଂ ପ୍ରବେଶ ପଥରେ ୬ଇଞ୍ଚ ରୁ ଉର୍ଦ୍ଧ ପାଣି ଜମି ରହିଛି, ଯାହାଫଳରେଯାତାୟାତ ନିମନ୍ତେ ସମସ୍ୟାମାନ ଦେଖାଦେଇଛି। ସୂଚନା ଅନୁସାରେ କଟକ ପାରାଦ୍ୱୀପ ରାଜ୍ୟ ରାଜ ପଥରୁ ୨୦୦ ମିଟର ଵେବଧାନ ରୁ କମ ଵେବଧାନ ରେ ଅବସ୍ଥିତ ସାରଳା ମହାବିଦ୍ୟାଳୟ,ମାଉସୀ ମା ମନ୍ଦିର ପାଖରୁ କଲେଜ ର ସମ୍ମୁଖ ପ୍ରବେଶ ପଥ ସମ୍ମୁଖରେ ଓ କଲେଜ ଭିତରେ ପାଣି ଜମି ରହୁଛି। ଅନୁରୂପ ଭାବେ ପାଖକୁ ଲାଗି ସରକାରୀ ଉଚ୍ଚ ବିଦ୍ୟାଳୟ ସାଇଲୋ ସମ୍ମୁଖରେ ମଧ୍ୟ ସମ ଦୁର୍ଦଶା ରେ ରେ ଯାତାୟାତ କରୁ ଛନ୍ତି ଛାତ୍ର,ଛାତ୍ରୀ, ଅଭିଭାବକ ଓ ଜନ ସାଧାରଣ। ଜଳ ଜମିବା ଯୋଗୁଁ ଯାତାୟାତରେ ବାଧା ଉପୁଜୁଛି ଯାହା ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀମାନେ କଲେଜକୁ ଯିବାଆସିବା କରିବାରେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଦୁର୍ଘଟଣାର ଆଶଙ୍କା ଥିବାରୁ ରାସ୍ତା ଉପରେ ପାଣି ଜମି ରହିବା କାରଣରୁ ଖାଲଖମା ଜଣାପଡୁନାହିଁ, ଯାହା ଦ୍ୱାରା ବାଇକ୍ ଓ ଚାଲିଚାଲି ଯାଉଥିବା ପିଲାମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ପାଣି ଜମି ରହିବା ଫଳରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଯାହାକି ଦୁର୍ଗନ୍ଧ ପୂର୍ତ୍ତିମୟ ପରିବେଶ ସୃଷ୍ଟି ହେଉଛି।ଦୀର୍ଘ ସମୟ ଧରି ଦୂଷିତ ଜଳ ଜମି ରହିବା ଫଳରେ ମଶାବଂଶ ବୃଦ୍ଧି ପାଇବା ସହ ବିଭିନ୍ନ ଥଣ୍ଡା ଜନିତ ସଂକ୍ରାମକ ରୋଗ ବ୍ୟାପିଛି ।ଜଳବନ୍ଦୀର ମୁଖ୍ୟ କାରଣ ଡ୍ରେନେଜ୍ ବ୍ୟବସ୍ଥାର ସୁବିଧା ନଥିବାରୁ କଲେଜ ସମ୍ମୁଖରେ ଥିବା ଖେଳ ପଡିଆ ର ବାଉଣ୍ଡାରୀ କାନ୍ତ କୁ ନାଳି ରାସ୍ତା ଅଳିଆ ଆବର୍ଜନା ପୋତି ରହିବାରୁ ଖେଳ ପଡିଆ ମଧ୍ୟ୍ୟ ବର୍ଷା ଜଳ ନିଷ୍କାସନ ନ ହୋଇ ଛିଡା ହୋଇ ରହିବା ଫଳରେ କ୍ରୀଡା ପ୍ରେମୀ ହତାଶ ହେଉଛନ୍ତି । ରାସ୍ତା ପାର୍ଶ୍ୱରେ ଉପଯୁକ୍ତ ଜଳ ନିଷ୍କାସନ ପଥ ନଥାଇ ନିମ୍ନ ରାସ୍ତା ନିର୍ମାଣ ଯୋଗୁଁ ବର୍ଷା ପାଣି ଜମି ରହୁଛି।ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ଡ୍ରେନ୍ କରାଯିବା ସହିତ ଏବଂ ଏକ ନୂତନ ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଓ ଛାତ୍ରଛାତ୍ରୀମାନେ ଦାବି କରୁଛନ୍ତି।ଜିଲ୍ଲା ପ୍ରଶାସନ ଏ ବିଷୟରେ ତୁରନ୍ତ ସ୍ଥାୟୀ ସମାଧାନ ନିମନ୍ତେ ପାଇଁ ଅନୁରୋଧ କରିଛନ୍ତି ।
6