ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିସ ଇଣ୍ଟରନ୍ୟାସନାଲ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ପାଳିତ

ଜଗତସିଂହପୁର, 25/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ) :
Article Image
ନିସ ଇଣ୍ଟରନ୍ୟାସନାଲ ସ୍କୁଲ, ଜଗତସିଂହପୁର ପରିସରରେ ଭାଇ-ଭଉଣୀର ପବିତ୍ର ସମ୍ପର୍କର ପ୍ରତୀକ ରକ୍ଷାବନ୍ଧନ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ନିସ ପ୍ରତିଷ୍ଠାତା ଡ଼ ସୁଭାଷ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ସମ୍ପାଦକ ସମାଜସେବୀ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଲେଙ୍କାଙ୍କ ତତ୍ୱାବଧାନରେ ଏକ ସଚେତନତାମୂଳକ ସଭା ବିଦ୍ୟାଳୟର ପ୍ରିନସିପାଲ ସୁଭାଷ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।
Article Image
ସଭାରେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଭାଇ ଭଉଣୀର ପବିତ୍ର ସମ୍ପର୍କ ବିଷୟରେ କୁନି ପିଲାମାନଙ୍କୁ ବୁଝାଇବା ପାଇଁ ବିଦ୍ୟାଳୟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଖୁବ ପ୍ରଶଂସନୀୟ |, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସ୍ନିଗ୍ଧା ମୟୀ ମହାନ୍ତି, ଏସ୍‌ଡିପିଓ ଦିବ୍ୟ ରଞ୍ଜନ ନାଥ, ବରିଷ୍ଠ ଆଇନଜୀବୀ ଶ୍ରୀ ଶାରଦା ପ୍ରସାଦ ଦାସ, ସେବା ନିବୃତ୍ତ ସେନାବାହିନୀ ସଙ୍ଘ ସଭାପତି ଶ୍ରୀ ସୋମନାଥ ମହାରଣା, ଏବଂ ଉପଦେଷ୍ଟା ଶ୍ରୀ ବନମାଳୀ ବେହେରା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ବକ୍ତାମାନେ ରକ୍ଷାବନ୍ଧନର ମହତ୍ତ୍ୱ ବ୍ୟାଖ୍ୟା କରିବା ସହିତ ଶିଶୁମାନଙ୍କ ସୁରକ୍ଷା, ଅଧିକାର ଓ ଏକ ସୁସ୍ଥ ଏବଂ ଆନନ୍ଦମୟ ଜୀବନ ଗଠନରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ପୋଲିସ୍, ସୈନିକ, ଡାକ୍ତର ଓ ଶିକ୍ଷକଙ୍କ ଭଳି ସମାଜର ଅନେକ ନିରବ ଯୋଦ୍ଧା ଦିନରାତି ଲୋକଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଅତିଥିମାନେ କହିଥିଲେ। ଏଥିସହ ପିତାମାତା, ଜେଜେବାପା-ଜେଜେମା, ବଡ଼ ଭାଇ-ଭଉଣୀ, ଅଗ୍ନିଶମ ବାହିନୀ, ସ୍ୱଚ୍ଛତା କର୍ମଚାରୀ, କୃଷକ, ସାମାଜିକ ସଂଗଠନ ଓ ଶିଶୁ କଲ୍ୟାଣ କର୍ମୀମାନେ ମଧ୍ୟ ଶିଶୁମାନଙ୍କ ସୁରକ୍ଷିତ ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା କୁହାଯାଇଥିଲା।କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଶିକ୍ଷୟିତ୍ରୀ ସୌଦାମିନୀ ସାହୁ |କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଶିକ୍ଷକ ସୌରଭ କୁମାର ସ୍ୱାଇଁ!ଶେଷରେ ବିଦ୍ୟାଳୟ ପରିସରରେ ଏକ ଆମ୍ବ ଗଛରେ ଏସ ଡି ପି ଓ ଶ୍ରୀଯୁକ୍ତ ନାଥ, ସମ୍ପାଦକ, ଉପଦେଷ୍ଟା, ପ୍ରିନସିପାଲ, ଶିକ୍ଷକ ଶିକ୍ଷୟିତ୍ରୀ, ଓ ସେନା ଅଧିକାରୀ ପ୍ରମୁଖ ରାକ୍ଷୀ ବାନ୍ଧି ଥିଲେ!ପରିବେଶ ସୁରକ୍ଷା ପାଇଁ ଏହି ବାର୍ତ୍ତା ସତରେ ଏକ ଭାବ ପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା | ଶେଷରେ ଶିକ୍ଷୟିତ୍ରୀ ଫରିନ ତଵସୁମ ଧନ୍ୟବାଦ ଦେଇଥିଲେ | ରକ୍ଷାବନ୍ଧନ କେବଳ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହ ଓ ସୁରକ୍ଷାର ବନ୍ଧନ ନୁହେଁ, ବରଂ ପରସ୍ପର ପ୍ରତି ସମ୍ମାନ, ଦାୟିତ୍ୱ, ଭଲପାଇବା ଓ ସହଯୋଗର ଏକ ପବିତ୍ର ସନ୍ଦେଶ ବହନ କରେ ବୋଲି ମତ ପ୍ରକାଶ ପାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ଯୋଗଦେଇ ଭାଇ-ଭଉଣୀର ପବିତ୍ର ସମ୍ପର୍କ ଓ ସମାଜର ସୁରକ୍ଷାଦାତାମାନଙ୍କ ପ୍ରତି କୃତଜ୍ଞତାର ଭାବ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ମନରେ ସୁରକ୍ଷା, ସମ୍ମାନ, ସହାନୁଭୂତି ଓ ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବାରେ ଏକ ସୁନ୍ଦର ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ମାନେ କାର୍ଯ୍ୟକ୍ରମ ଆୟୋଜନରେ ସହାୟତା କରିଥିଲେ |
8