ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୁବ-ଛାତ୍ର ବିଜେଡି ପଦବୀ ବଣ୍ଟନକୁ ନେଇ ବିବାଦ, ଅସନ୍ତୋଷ ଛାତ୍ର ନେତା

ଜଗତସିଂହପୁର, 25/08/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) : ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ସଂଗଠନରେ ପଦବୀ ବଣ୍ଟନକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ନୂଆ ସଭାପତି ନିଯୁକ୍ତି ପରେ ଆଶାୟୀ ଥିବା ଅନେକ ଯୁବ ଓ ଛାତ୍ର ନେତା ନିରାଶ ହୋଇଥିବା ଚର୍ଚ୍ଚା ହେଉଛି।
Article Image
ଗତ ୨୨ ତାରିଖରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ସଭାପତି ନିଯୁକ୍ତ କରିଥିଲେ। ଯୁବ ବିଜେଡି ସଭାପତି ଭାବେ ସମିତ କୁମାର ଲେଙ୍କା ଏବଂ ଛାତ୍ର ବିଜେଡି ସଭାପତି ଭାବେ ରାଜେଶ ମିଶ୍ରଙ୍କୁ ଦାୟିତ୍ୱ ମିଳିଛି। ତେବେ ଏହି ନିଯୁକ୍ତିକୁ ନେଇ ଛାତ୍ର ନେତା ଇଂ ଚନ୍ଦନ କୁମାର ମଲ୍ଲିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କାହାରି ନାଁ ନେଇ ଦୋଷାରୋପ କରିନଥିବା ବେଳେ, ବାଲିକୁଦା-ଏରସମା ଓ ପାରାଦୀପ ନିର୍ବାଚନ ମଣ୍ଡଳୀକୁ ସଂଗଠନରେ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି। ମଲ୍ଲିକ କହିଛନ୍ତି, ଜିଲ୍ଲାରେ ନେତାମାନଙ୍କ ମଧ୍ୟରେ ତାଳମେଳ ଅଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜୁଛି। ଯଦି ଶୀଘ୍ର ସମାଧାନ ନ ହୁଏ, ତେବେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳକୁ କ୍ଷତି ସହିବାକୁ ପଡ଼ିପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କୁ ସଂଗଠନକୁ ସୁଦୃଢ଼ କରିବା ସହ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବାକୁ ଅନୁରୋଧ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ନୂଆ ନିଯୁକ୍ତି ପରେ ଦେଖାଦେଇଥିବା ଅସନ୍ତୋଷକୁ ଦଳ କିପରି ସମାଧାନ କରିବ? ନା ଆଗାମୀ ଦିନରେ ଏହି ଗୋଷ୍ଠୀ କନ୍ଦଳ ଆହୁରି ବଢ଼ିବ? ତାହା ଉପରେ ରହିଛି ସମସ୍ତଙ୍କ ନଜର।
8