ପାରାଦୀପ ଗଡ , 25/08/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା ୨୫.୦୮.୨୦୨୬ ରିଖ : ଜଗତସିଂହପୁର ଜିଲ୍ଲା ର ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଏକ ବୃହତ୍ ଗ୍ରାମ ପଞ୍ଚାୟତ ହୋଇଥିବାରୁ ଏବଂ ଉକ୍ତ ପଞ୍ଚାୟତ ରେ ବହୁ ସଂଖ୍ୟାରେ ଭତ୍ତା ହିତାଧିକାରୀ ଅଛନ୍ତି l ସେମାନଙ୍କ ମଧ୍ୟରୁ ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନାରେ ପାଉଥିବା ଭତ୍ତା ଗୁଡ଼ିକ ସେମାନଙ୍କ ଆକାଉଣ୍ଟ କୁ ଚାଲିଯାଉଛି ଏଵଂ ମଧୁବାବୁ ପେନସନ ଯୋଜନାରେ ଭତ୍ତା ହିଧିତାକାରୀ ଙ୍କୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଞ୍ଚାୟତ ର ବିଭିନ୍ନ ଗ୍ରାମ କୁ ଯାଇ ଭତ୍ତା ବଣ୍ଟନ କରିଥାନ୍ତି l ମାତ୍ର ଅନେକ ଭତ୍ତା ହିତ୍ତାଧିତାକାରୀ ମାନେ ଭତ୍ତା ଗ୍ରହଣ କେନ୍ଦ୍ରକୁ ନ ଆସି ସମ୍ପର୍କୀୟ ଓ ପଡୋଶୀ ଙ୍କ ହାତରେ ଭତ୍ତା ବହି ଦେଇ ଭତ୍ତା ନେଇଥାନ୍ତି l ଫଳରେ ଅନେକ ସମୟରେ ସମ୍ପର୍କୀୟ କିମ୍ବା ପଡୋଶୀ ଉକ୍ତ ଭତ୍ତା ଟଙ୍କାକୁ ଖର୍ଚ୍ଚ କରି ଦେଇଥାନ୍ତି l ଏ ସମ୍ପର୍କରେ ସରପଞ୍ଚ ଙ୍କ ନିକଟରେ ଅଭିଯୋଗ ହେବାରୁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଭତ୍ତା ବଣ୍ଟନ ର ସୁ ପରିଚାଳନା ର ପାଇଁ ଏକ ନିର୍ଦେଶନାମା ଜାରି କରିଥିଲେ ଯେ ପ୍ରତେକ ଭତ୍ତା ହିତାଧିକାରୀ ଭତ୍ତା ଗ୍ରହଣ କେନ୍ଦ୍ର କୁ ଯାଇ ଭତ୍ତା ଗ୍ରହଣ କରିବେ l

ଯେଉଁମାନେ ଅକ୍ଷମ, ରୋଗଗ୍ରସ୍ତ କିମ୍ବା ଅସହାୟ ଓ ଭତ୍ତା ଗ୍ରହଣ କେନ୍ଦ୍ର କୁ ଯାଇ ପାରିବେ ନାହିଁ l ପଞ୍ଚାୟତ ଅଧିକାରୀ ସେମାନଙ୍କୁ ଘରକୁ ଯାଇ ତାଙ୍କୁ ଭତ୍ତା ପ୍ରଦାନ କରିବେ l ଫଳରେ ପଞ୍ଚାୟତ ଅଧିକାରୀ ୪୫ ଜଣ ଭିନ୍ନକ୍ଷମ, ରୋଗଗ୍ରସ୍ତ ଓ ଅସହାୟ ଭତ୍ତା ହିତ୍ତାଧିକରି ଙ୍କ ଘରକୁ ଘର ଯାଇ ଭତ୍ତା ବଣ୍ଟନ କରିଥିଲେ l ସରପଞ୍ଚ ଙ୍କ ଏପରି ଜନ ହିତକର କାର୍ଯ୍ଯ ପାଇଁ ସବୁ ମହଲରୁ ପ୍ରଶଂସା ମିଳୁଛି l