କୁଜଙ୍ଗ, 25/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମେଲେରିଆ, ଡେଙ୍ଗୁ ଓ ଡାଏରିଆ ସଚେତନତା ରଥର ଶୁଭାରମ୍ଭ ହୋଇଛି। କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ଶ୍ରୀମତୀ ସନ୍ଧ୍ୟାବତୀ ସାହୁ ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି।
ଓଡ଼ିଶା ସରକାରଙ୍କ ପକ୍ଷରୁ ଲୋକଙ୍କୁ ମଶା ଓ ମାଛିଜନିତ ରୋଗ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏହି ରଥ କୁଜଙ୍ଗ ବ୍ଲକର ୨୮ଟି ପଞ୍ଚାୟତ ପରିକ୍ରମା କରିବ। ମାଇକ୍ ଯୋଗେ ଲୋକଙ୍କୁ ଘର ଓ ପରିବେଶ ସଫା ରଖିବା ପାଇଁ ସଚେତନ କରାଯାଉଛି।
ଘର ଚାରିପଟେ ଅଳିଆ ଆବର୍ଜନା ନ ରଖିବା, ଭଙ୍ଗା ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ପାତ୍ରରେ ପାଣି ଜମିବାକୁ ନଦେବା ସହ ମଇଳା ପାଣି ଜମା ନରଖିବାକୁ ପରାମର୍ଶ ଦିଆଯାଉଛି। ଆବଶ୍ୟକ ସ୍ଥଳେ ବ୍ଲିଚିଂ ପକାଇ ପରିବେଶକୁ ସ୍ୱଚ୍ଛ ରଖିବା ସହ ମେଲେରିଆ, ଡେଙ୍ଗୁ ଓ ଡାଏରିଆରୁ ଦୂରେଇ ରହିବା ପାଇଁ ସଜାଗ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆହ୍ୱାନ କରାଯାଇଛି।