ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ଅବକାରୀ ବିଭାଗକୁ ବଡ଼ ସଫଳତା;୬୬କିଲୋ ଗଂଜେଇ ସହ ଦୁଇ ଗିରଫ

ବୁଗୁଡ଼ା, 25/08/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତି ଚଢ଼ାଉ କରି ୬୬ କିଲୋଗ୍ରାମ ଗଞ୍ଜେଇ ଏବଂ ଏଥିରେ ବ୍ୟବହୃତ ହୋଣ୍ଡା ସିଟି ଓ ରିନାଲଡ ଟ୍ରାଇବର ନାମକ ଦୁଇଟି କାର ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଢ଼ଉଝୋଳା ଗ୍ରାମର ଭିକାରୀ ଚରଣ ନାୟକ ଓ ଗୌତମ ବୁଦ୍ଧ ନାୟକ, ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୬ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।ଗୁପ୍ତ ସୂଚନା ଆଧାରରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଦୁଇ ଜଣଙ୍କୁ କାବୁ କରାଯାଇଥିଲା। ଅଭିଯୁକ୍ତମାନଙ୍କ ବିରୋଧରେ ୮୦/୨୬ ଏନଡିପିଏସ୍ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।ଏହି ସଫଳତା ଅବକାରୀ ବିଭାଗର ନିଶା ବିରୋଧୀ ଅଭିଯାନକୁ ଆହୁରି ସୁଦୃଢ଼ କରିଥିବା ବେଳେ ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ କଡ଼ା ନଜର ରଖାଯାଇଥିବା ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।
6