ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଭିନ୍ନ ବିଦ୍ୟାଳୟରେ ଶ୍ରୀଜଗନ୍ନାଥ ସଂସ୍କୃତିରେ ବୃକ୍ଷର ମାହାତ୍ମ୍ୟ ସମ୍ପର୍କରେ ଆଲୋଚନା

ତିର୍ତ୍ତୋଲ, 26/08/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଶାଗବlରିଆ ଅଗ୍ରଣୀ ଅନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀ ଓ ଜଗତସିଂହପୁର ସ୍ବେଛାସେବୀ ଅନୁଷ୍ଠାନ ଇନସାଫ ମିଳିତ ଆନୁକୂଲ୍ୟରେ ଏରସମା ଉଚ୍ଚ ବିଦ୍ୟାଳୟ, ଗୋପବନ୍ଧୁ ବିଦ୍ୟାପୀଠ, ଇବ୍ରିସିଂ ଓ ଭଗବତୀ ଉଚ୍ଚ ବିଦ୍ୟାଳୟ, ଗରାମରେ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ବୃକ୍ଷର ମାହାତ୍ମ୍ୟ ଶୀର୍ଷକ ମାର୍ମିକ, ତାତ୍ତ୍ୱିକ ଓ ଆଧ୍ୟାତ୍ମିକ ଅଭିନଵ ଆଲୋଚନା ତତ୍ତ୍ୱ ସହ ଉକ୍ତ ବିଷୟବସ୍ତୁ ଆଧାରିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ପ୍ରତ୍ୟେକଠାରେ ଇନସାଫ ଉପଦେଷ୍ଟା ପରିବେଶବିତ ଉତ୍କଳ ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି, ଅବସରପ୍ରାପ୍ତ କୃତି ପ୍ରଧାନ ଶିକ୍ଷକ ଅତୁଲ ବିକ୍ରମ ପ୍ରଧାନ ସମ୍ମାନନୀୟ ବକ୍ତା, ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ ସଂଚାଳିକା ଭାବେ ଯୋଗ ଦେଇଥିବାବେଳେ, ବରେଣ୍ୟ ଅତିଥି ଭାବେ ପଣ୍ଡିତ ନାଗୁ ଚରଣ ଦେବତା, ସମ୍ମାନିତ ଅତିଥି ହେମନ୍ତ କୁମାର ନାୟକ, ଯଯାତିକେଶରୀ ସାମନ୍ତରାୟ ଯୋଗଦେଇ ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ଓ ସର୍ବଧର୍ମ ସମନ୍ୱୟର ପ୍ରତୀକ ଶ୍ରୀମନ୍ଦିରରେ ଦାରୁବ୍ରହ୍ମ ଭାବରେ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ପୂଜାର୍ଚ୍ଚନାରେ ଅକଳନ ବୃକ୍ଷଲତା ବ୍ୟବହାରର ପରମ୍ପରା ଏବଂ କଳ୍ପଵଟ ସହିତ ପଞ୍ଚଵଟର ମହିମା ଯେତିକି ଅଲୌକିକ ସେହିଭଳି ଭାବରେ ଧର୍ମୀୟ ଭାବଧାରାରେ ଭକ୍ତଙ୍କ ବିଶ୍ୱାସରେ ପ୍ରତୀୟମାନ ବୋଲି ଦର୍ଶାଇବା ସହ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ବନୌଷଧି ଗୁଡିକର ଜଗନ୍ନାଥଙ୍କ ସହ ନିବିଡ଼ ସମ୍ପର୍କର ବୈଜ୍ଞାନିକ କାରଣ ଓ ଆଧ୍ୟାତ୍ମିକ ତତ୍ତ୍ୱ ସମ୍ପର୍କରେ ବୁଝାଇଥିଲେ l ଏହି ଅବସରରେ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଦ୍ୟାଳୟର ବିଚାରିକା ଶିକ୍ଷକଗଣ ଯଥା, ତୃପ୍ତିରଞ୍ଜନ ମହାନ୍ତି, ସୁଷମା ପାତ୍ର,ରଞ୍ଜିତା ମହାନ୍ତି,ମୃଣାଳିନୀ ନାୟକ,ଶ୍ରୀକାନ୍ତ ବେଉରା, ଶେଖ ଅୟlସ ଅଲ୍ଲୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଭଗବତୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ଖଣ୍ଡୁଆଳଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l
6