ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏମଏମଡିଆର–୨୦୨୬ ବିଲ୍ ବିରୋଧରେ ଜଗତସିଂହପୁରରେ କଂଗ୍ରେସର ବିକ୍ଷୋଭ

ଜଗତସିଂହପୁର, 26/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ବିବାଦୀୟ ସଂଶୋଧିତ ଏମଏମଡିଆର–୨୦୨୬ ବିଲ୍‌କୁ ବିରୋଧ କରି ଆଜି ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସର୍ବଦଳୀୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକଙ୍କ ନେତୃତ୍ୱରେ ଇଣ୍ଡି ମେଣ୍ଟର ଅଂଶୀଦାର ଦଳଗୁଡ଼ିକୁ ନେଇ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
Article Image
ପ୍ରଥମେ ଟାଉନ ହଲ୍‌ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପରେ ଟାଉନ ହଲ୍‌ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା କରାଯାଇଥିଲା। ଶେଷରେ ମୁନିସିପାଲିଟି ଛକଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପିର ୨୦ ଜଣ ସାଂସଦଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
Article Image
ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଟବର ବାରିକ, ପାରାଦ୍ୱୀପ କଂଗ୍ରେସ ନେତା ନିରଞ୍ଜନ ନାୟକ, ସିପିଆଇ ରାଜ୍ୟ କିଷାନ ସଂଘ ସଭାପତି ଶଶୀଭୂଷଣ ସ୍ୱାଇଁ, ସିପିଏମ୍ ନେତା ଲୋଭାକାନ୍ତ ସ୍ୱାଇଁ, ଗଣେଶ୍ୱର ମାଣିଆ, ଅଜୟ ବେହେରାଙ୍କ ସମେତ ଜିଲ୍ଲା କଂଗ୍ରେସର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ।
Article Image
ଜିଲ୍ଲା କଂଗ୍ରେସ ଉପସଭାପତି ମହମ୍ମଦ ଅବଦୁଲ ୱାହିଦ, ସାଧାରଣ ସମ୍ପାଦକ ଶୁଭ ନାରାୟଣ ନାୟକ, ଧନଞ୍ଜୟ ସୂତାର, ସମ୍ପାଦକ ବସନ୍ତ ନାୟକ, ସୌଭାଗ୍ୟ ରଞ୍ଜନ ବିଶ୍ୱାଳ, ଜିତୁ ନାରାୟଣ ସାହୁ, ଦିଲ୍ଲୀପ ମାହାର, ବୃନ୍ଦାବନ ପ୍ରଧାନ, ସୂର୍ଯ୍ୟକାନ୍ତ ସାହୁ, ମନମୋହନ ଗୋଚ୍ଛାୟତ ଓ ନଗର କଂଗ୍ରେସ ସଭାପତି ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବାଲିକୁଦା ବ୍ଲକ କଂଗ୍ରେସ ସଭାପତି ମହନି ଚରଣ ରାଉତ, ପାରାଦ୍ୱୀପ ନଗର କଂଗ୍ରେସ ସଭାପତି କେଦାର ନାଥ ବିଶ୍ୱାଳ, ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା, ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ସଫି ଆଜମ, କୁଜଙ୍ଗ ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ଦାସ, ବିରିଡି ବ୍ଲକ କଂଗ୍ରେସ ସଭାପତି ପ୍ରିୟବ୍ରତ ମିଶ୍ର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିତମ ପରିଜା ଓ ଜିଲ୍ଲା ଏସ୍‌ସି ସେଲ୍ ସଭାପତି ଲକ୍ଷ୍ମୀଧର ମଲ୍ଲିକଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ। ପ୍ରତିବାଦ ସମୟରେ ଏମଏମଡିଆର–୨୦୨୬ ବିଲ୍‌କୁ ବିରୋଧ କରି ବିକ୍ଷୋଭକାରୀମାନେ ନାରାବାଜି କରିବା ସହ ବିଲ୍‌ର ବିରୋଧରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।
5