ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହମ୍ମଦଙ୍କ ଜୟନ୍ତୀ ପାଳିତ

ଜଗତସିଂହପୁର, 26/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
*ମହମ୍ମଦ ଜୟନ୍ତୀ—ଶାନ୍ତି, ଭାଇଚାରା ଓ ମାନବିକତାର ବାର୍ତ୍ତା*
Article Image
Article Image
ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ପବିତ୍ର ମହମ୍ମଦ ଜୟନ୍ତୀ ଅବସରରେ ସମଗ୍ର ଦେଶରେ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ଶ୍ରଦ୍ଧା ଓ ଭକ୍ତିର ସହ ଏହି ପବିତ୍ର ଦିବସ ପାଳନ କରାଯାଉଛି। ଇସଲାମ ଧର୍ମର ପ୍ରବର୍ତ୍ତକ ପୟଗମ୍ବର ହଜରତ ମହମ୍ମଦଙ୍କ ଜନ୍ମଦିନକୁ ମହମ୍ମଦ ଜୟନ୍ତୀ ବା ଇଦ୍-ଏ-ମିଲାଦୁନ୍-ନବୀ ଭାବେ ପାଳନ କରାଯାଏ। ଏହି ଅବସରରେ ଜିଲ୍ଲା ର୍ ତରିକୁନ୍ଦ ସ୍ଥିତ ମସଜିଦ ଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା, ଧାର୍ମିକ ଆଲୋଚନା ଓ ଦୁଆ କରାଯାଏ। ମହମ୍ମଦଙ୍କ ଜୀବନ, ତାଙ୍କ ଆଦର୍ଶ ଓ ମାନବ ସମାଜ ପ୍ରତି ତାଙ୍କ ଶିକ୍ଷାକୁ ସ୍ମରଣ କରାଯାଏ। ସତ୍ୟ, ଦୟା, ଗରିବଙ୍କ ପ୍ରତି ସହାନୁଭୂତି, ପରସ୍ପର ସମ୍ମାନ, ଶାନ୍ତି ଓ ଭାଇଚାରା ହେଉଛି ଏହି ଦିବସର ମୁଖ୍ୟ ବାର୍ତ୍ତା। ଧର୍ମ, ଜାତି ଓ ସମ୍ପ୍ରଦାୟର ଊର୍ଦ୍ଧ୍ୱରେ ଉଠି ମାନବିକତା ଓ ସାମାଜିକ ସୌହାର୍ଦ୍ଦ ବଜାୟ ରଖିବାକୁ ଏହି ପବିତ୍ର ଦିବସ ପ୍ରେରଣା ଦେଇଥାଏ। ମହମ୍ମଦ ଜୟନ୍ତୀ ଅବସରରେ ସମସ୍ତଙ୍କ ମଧ୍ୟରେ ଶାନ୍ତି, ସମୃଦ୍ଧି, ଭାଇଚାରା ଓ ସଦ୍‌ଭାବନା ବୃଦ୍ଧି ପାଇବାର କାମନା କରାଯାଉଛି। ଏହି କାର୍ଯ୍ୟକ୍ରମ ରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ବିଭିନ୍ନ ବର୍ଗର ଲୋକ ମାନେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ନିୟୋଜିତ ହୋଇ ଥିବା ଦେଖାଯାଇଛି ।
5