ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଇଦ୍-ଇ- ମିଲାଦୁନ୍-ନବି ପାର୍ଟି ରେ ଯୋଗଦେଲେ ବରିଷ୍ଟ ଆଇନଜୀବୀ ତଥା କୁଜଙ୍ଗ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା l

ପାରାଦୀପ ଗଡ , 26/08/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପାରାଦୀପ ଉପକଣ୍ଠ ପାରାଦୀପ ଗଡ ଗ୍ରାମ ରେ ସ୍ୱାଧୀନତା ପୂର୍ବରୁ ବସବାସ କରୁଥିବା ବହୁ ସଂଖ୍ୟାରେ ମୁସଲମାନ ଧର୍ମାବିଲମ୍ବି ମାନଙ୍କ ମୁଖ୍ୟ ପର୍ବ ଇଦ୍- ଇ-ମିଲାଦ୍-ନବି ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି l ମୌଲାନା ସେକ୍ ରମଜାନ ଙ୍କ ନେତୃତ୍ୱରେ ଶତାଧିକ ମୁସଲମାନ ଶ୍ରଦ୍ଧାଳୁ ଏକ ଶୋଭାଯାତ୍ରାରେ ଜାମା ମସଜିଦ ରୁ ବାହାରି ଶାନ୍ତି ଶୃଙ୍ଖଳା ର ସହିତ ପାରାଦୀପ ଗଡ ଗ୍ରାମ ପରିକ୍ରମା କରିଥିଲେ l ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ତଥା କୁଜଙ୍ଗ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ସଂଜୟ କୁମାର ବେହେରା ଯୋଗଦେଇ ମୁସଲମାନ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ହିନ୍ଦୁ-ମୁସଲମାନ ଭାଇ -ଭାଇ l ଉଭୟେ ପରସ୍ପର ଙ୍କ ପର୍ବ ପର୍ବାଣୀ ରେ ଯୋଗଦେଇଛନ୍ତି l ଆଜି ପର୍ଯ୍ୟନ୍ତ ପାରାଦୀପ ଗଡ ଅଞ୍ଚଳରେ ଭାଇ ଚାରା ଅକ୍ଷୁର୍ଣ୍ଣ ରହିଛି l ଅନ୍ୟ ମାନଙ୍କ ମଧ୍ୟରେ ବସ୍ତି ମୂରବୀ ସେକ୍ ସବିର ଉଦ୍ଦିନ, ସେକ୍ ମୁସ୍ତାକ, ସେକ୍ ମେହେବୁବ୍, ସେକ୍ ଆୟୁବ, ସେକ୍ ନସିମ୍ ପ୍ରମୁଖ ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପାରାଦୀପ ଲକ୍ ଥାନା ପକ୍ଷରୁ ବ୍ୟାପକ ପୋଲିସ ମୃତୟନ କରଯାଇଥିଲା l
Article Image
Article Image
3