ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ — ବିପୁଳ ପରିମାଣର ଦେଶୀ ମଦ ଓ ଅବୈଧ ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ

ରାୟଗଡ଼ା, 26/08/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ମାନ୍ୟବର ଜିଲ୍ଲାପାଳ, ରାୟଗଡ଼ଙ୍କ ନିର୍ଦ୍ଦେଶକ୍ରମେ ଏବଂ ଉପଜିଲ୍ଲାପାଳ, ରାୟଗଡ଼ଙ୍କ ନେତୃତ୍ୱରେ ଆଜି ରାୟଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ ଓ ଅବୈଧ ମଦ ବିରୋଧୀ ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ଜେ.କେ.ପୁର, କାଶୀପୁର, ରିଭଲକୋଣା ଓ ଲକ୍ଷ୍ମୀପୁର, ଗାଡିଶେଶଖାଲ ଅଞ୍ଚଳର ବିଭିନ୍ନ ରାସ୍ତାପାର୍ଶ୍ୱ ଦୋକାନ ଓ ଢାବାରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଏବଂ ଅନ୍ୟାନ୍ୟ ଅବୈଧ ମଦ/ନିଶାଦ୍ରବ୍ୟ ଜବତ କରାଯାଇଥିଲା। ଏହାପରେ ଅବକାରୀ ଟିମ୍ କୋଲନରା ତହସିଲ ଅଧୀନସ୍ଥ ମିନାଝିଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟ ବାଙ୍କିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରିଥିଲେ। ସେଠାରେ ଏକ ବଡ଼ ଅଭିଯୁକ୍ତବିହୀନ/ପରିତ୍ୟକ୍ତ ଅବୈଧ ମଦ ପ୍ରସ୍ତୁତି ଘର ଠାବ କରାଯାଇଥିଲା। ଉକ୍ତ ସ୍ଥାନରେ ବିପୁଳ ପରିମାଣର ଅବୈଧ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ମଦ ଏବଂ ବିଭିନ୍ନ ପ୍ରକାରର ଜାର୍, ମଦ ପ୍ରସ୍ତୁତି ସାମଗ୍ରୀ ଆଦି ଠାବ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା। ଅବୈଧ ମଦ ପ୍ରସ୍ତୁତି ପାଇଁ ନିର୍ମିତ ଉକ୍ତ ପରିତ୍ୟକ୍ତ କୁଡ଼ିଆକୁ ମଧ୍ୟ ଧ୍ୱଂସ କରାଯାଇଥିଲା। ଏହି ଅବକାରୀ ନିରୋଧୀ ଅଭିଯାନରେ ଜିଲ୍ଲା ମୋବାଇଲ୍ ୟୁନିଟ୍‌, ରାୟଗଡ଼ର ଅବକାରୀ ଇନ୍ସପେକ୍ଟର ଶ୍ରୀ କମ୍ଭୁପାଣି ସିନ୍ଦୁରଙ୍କ ସହିତ ଏ.ଏସ୍‌.ଆଇ. ଅଫ୍ ଏକ୍ସାଇଜ୍ ଶ୍ରୀ ପ୍ରଦୀପ ନାଏକ, ଅବକାରୀ କର୍ମଚାରୀ ଶ୍ରୀ କରୁଣାକର ପାତ୍ର ଏବଂ ଶ୍ରୀ ପର୍ଚୁରୀ କିଶୋର ଯୋଗଦେଇଥିଲେ। ସେହିପରି ରାୟଗଡ଼ ଅବକାରୀ ଥାନାର ଅଧିକାରୀ-ଇନ୍-ଚାର୍ଜ ଶ୍ରୀ ବାଣୀ ସୁନାଙ୍କ ନେତୃତ୍ୱରେ ଶ୍ରୀ ଗୁଜରୀ ଧର୍ମାରାଓ, ଶ୍ରୀ କିଶୋର ବିଡ଼ିକା, ଶ୍ରୀ ସନ୍ଦୀପ ପାତ୍ର, ଶ୍ରୀ ଅମର ଦଳାଇ ଏବଂ ଅବକାରୀ କନଷ୍ଟେବଳ ଶ୍ରୀମତୀ ମେଲକା କୁମାରୀ ମଧ୍ୟ ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାରେ ଅବୈଧ ମଦ ପ୍ରସ୍ତୁତି, ବିକ୍ରୟ ଓ ଚୋରାଚାଲାଣ ବିରୋଧରେ ଏପରି ଅଭିଯାନ ଆଗାମୀ ଦିନରେ ମଧ୍ୟ ଅଧିକ ତୀବ୍ର କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି। ଅବୈଧ ମଦ ପ୍ରସ୍ତୁତି ଓ ବିକ୍ରୟ ସମ୍ପର୍କରେ କୌଣସି ସୂଚନା ମିଳିଲେ ନିକଟସ୍ଥ ଅବକାରୀ କାର୍ଯ୍ୟାଳୟ କିମ୍ବା ପ୍ରଶାସନକୁ ତୁରନ୍ତ ଅବଗତ କରିବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି।
4