କୁଜଙ୍ଗ, 27/08/2026, ଉତ୍କଳ voice news - utkalvoicenews.com(କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ)
ତାରିଖ : ୨୬/୦୮/୨୦୨୬ : ଜଗତସିଂହପୁର ଜିଲ୍ଲାର କୁଜଙ୍ଗସ୍ଥିତ ବଳରାମପୁର ହବିବ ମସଜିଦରେ ପବିତ୍ର ମହମ୍ମଦ ଜୟନ୍ତୀ (ଇଦ୍-ଇ-ମିଲାଦୁନ୍-ନବୀ) ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଛି।
ଏହି ଅବସରରେ ନମାଜ ପାଠ ପରେ ସାହିର ମୁରବୀ ଓ ଶିଶୁମାନେ ନୂତନ ବସ୍ତ୍ର ପରିଧାନ କରି କୁଜଙ୍ଗ ବଜାର ପରିକ୍ରମା କରିଥିଲେ। ଶୋଭାଯାତ୍ରାରେ ଭାଇଚାରା, ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ପ୍ରଚାର କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବସ୍ତିର ସର୍ଦ୍ଦାର ଏସ୍.କେ. ମସୁଦ ଅଲ୍ଲୀ, ନାଏବ ସର୍ଦ୍ଦାର ଏସ୍.କେ. କଲିମ ଉଦ୍ଦିନ, ଏସ୍.କେ. ସମସର ଅଲ୍ଲୀ, ସଭାପତି ଏସ୍.କେ. ସାମସୁଦ୍ଦିନ, ଏସ୍.କେ. ଟିପୁ ସୁଲତାନ, ଏସ୍.କେ. ଅଶିକ, ସେକ୍ ବାବୁଙ୍କ ସମେତ ସାହିର ବହୁ ମୁରବୀ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
କୁଜଙ୍ଗ ପୋଲିସ ପ୍ରଶାସନର ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଓ ସୁଶୃଙ୍ଖଳ ଭାବେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଥଣ୍ଡା ପାନୀୟ, ବିସ୍କୁଟ ଓ ମିଠା ବଣ୍ଟନ କରାଯାଇଥିଲା। କୁଜଙ୍ଗ ଅଞ୍ଚଳର ସମସ୍ତ ସମ୍ପ୍ରଦାୟର ଲୋକେ ଭାଇଚାରାର ପରିଚୟ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଶେଷରେ କୁଜଙ୍ଗ ଥାନା ଅଧିକାରୀ ଶିବାଶିଷ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ସହ ଉପସ୍ଥିତ ଲୋକଙ୍କୁ ଚାରା ବଣ୍ଟନ କରିଥିଲେ।