ଏରସମା, 27/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

୨୭/୮/୨୦୨୬ ଶାଗଵାରିଆ ଅଗ୍ରଣୀ ଅନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀ ଓ ଜଗତସିଂହପୁର ସ୍ବେଛାସେବୀ ଅନୁଷ୍ଠାନ ଇନସାଫ ମିଳିତ ଆନୁକୂଲ୍ୟରେ ଏରସମା ବାଳିକା ଉଚ୍ଚ ବିଦ୍ୟାଳୟ, ରେ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ବୃକ୍ଷର ମାହାତ୍ମ୍ୟ ଶୀର୍ଷକ ମାର୍ମିକ, ତାତ୍ତ୍ୱିକ ଓ ଆଧ୍ୟାତ୍ମିକ ଅଭିନଵ ଆଲୋଚନା ତତ୍ତ୍ୱ ସହ ଉକ୍ତ ବିଷୟବସ୍ତୁ ଆଧାରିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ଇନସାଫ ଉପଦେଷ୍ଟା ପରିବେଶବିତ ଉତ୍କଳ ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି, ମୁଖ୍ୟ ଵକ୍ତା ଅବସରପ୍ରାପ୍ତ କୃତି ପ୍ରଧାନ ଶିକ୍ଷକ ଅତୁଲ ବିକ୍ରମ ପ୍ରଧାନ ,ଡ଼ଃ ବସନ୍ତ ମଞ୍ଜରୀ ଦାସ ସଂଚାଳିକା ଭାବେ ଯୋଗ ଦେଇଥିବାବେଳେ, ବରେଣ୍ୟ ଅତିଥି ଭାବେ ପଣ୍ଡିତ ନାଗୁ ଚରଣ ଦେବତା, ସମ୍ମାନିତ ଅତିଥି ମହେଶ୍ୱର ସ୍ୱାଇଁ, ହେମନ୍ତ କୁମାର ନାୟକ ଓ ସ୍କୁଲ ପରିଚାଳନା କମିଟିର ସଭ୍ୟ ପ୍ରକୃତି ବନ୍ଧୁ ଯଯାତି କେଶରୀ ସାମନ୍ତରାୟ ଯୋଗଦେଇ ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ଓ ସର୍ବଧର୍ମ ସମନ୍ୱୟର ପ୍ରତୀକ ଶ୍ରୀମନ୍ଦିରରେ ଦାରୁବ୍ରହ୍ମ ଭାବରେ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ପୂଜାର୍ଚ୍ଚନାରେ ବୃକ୍ଷଲତା ବ୍ୟବହାରର ପରମ୍ପରା ଏବଂ କଳ୍ପଵଟ ସହିତ ପଞ୍ଚଵଟର ମହିମା ଯେତିକି ଅଲୌକିକ ସେହିଭଳି ଭାବରେ ଧର୍ମୀୟ ଭାବଧାରାରେ ଭକ୍ତଙ୍କ ବିଶ୍ୱାସରେ ପ୍ରତୀୟମାନ ବୋଲି ଦର୍ଶାଇବା ସହ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ବନୌଷଧି ଗୁଡିକର ଜଗନ୍ନାଥଙ୍କ ସହ ନିବିଡ଼ ସମ୍ପର୍କର ବୈଜ୍ଞାନିକ କାରଣ ଓ ଆଧ୍ୟାତ୍ମିକ ତତ୍ତ୍ୱ ସମ୍ପର୍କରେ ବୁଝାଇଥିଲେ l ଏହି ଅବସରରେ ଶିକ୍ଷୟତ୍ରୀ ସୁଷମା ପାତ୍ର, ରଞ୍ଜିତା ମହାନ୍ତି ଓ କାରୁବାକୀ ନାୟକ ଙ୍କୁ ସଂମ୍ମାନିତ କରାଯାଇ,ପ୍ରତିଯୋଗିତାରେ ପ୍ରଥମ ରାନୀ ରାଉତ, ଦ୍ୱିତୀୟ ଏ.ବି.ଦିବ୍ୟାଶା, ତୃତୀୟ ସ୍ଥାନ ଶାଖୀ ମଣ୍ଡଲ, ସଂଗୀତ ପାଇଁ ଭବାନୀ ଗିରି ପ୍ରଭୁତି କୃତି ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l