ଏରସମା, 27/08/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
ଅବୈଧ ଦେଶୀ ମଦ କାରବାର ବିରୋଧରେ ଏରସମା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ୨୬ ଅଗଷ୍ଟ ୨୦୨୬ରେ ଏଏସ୍ଆଇ ଏସ୍.କେ. ଦଣ୍ଡପାଟଙ୍କ ନେତୃତ୍ୱରେ ମହିଳା କନଷ୍ଟେବଳ ପି. ସ୍ୱାଇଁଙ୍କ ସହଯୋଗରେ ଏହି ଚଢ଼ାଉ ହୋଇଥିଲା।
ଚଢ଼ାଉ ସମୟରେ ମମତା ମଲ୍ଲିକଙ୍କ ନିକଟରୁ ୨୫ଟି ଆସ୍କା-୪୦ ଦେଶୀ ମଦ ବୋତଲ ଜବତ କରାଯାଇଥିଲା। ଜବତ ମଦର ପରିମାଣ ସମୁଦାୟ ୫ ଲିଟର ବୋଲି ଜଣାପଡ଼ିଛି।
ଏହି ଘଟଣାକୁ ନେଇ ଏରସମା ଥାନାରେ କେସ୍ ନମ୍ବର ୨୭୨, ତାରିଖ ୨୬ ଅଗଷ୍ଟ ୨୦୨୬ରେ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।