ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ବଳଭଦ୍ର ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ

ଢେଙ୍କାନାଳ, 27/08/2026, ଉତ୍କଳ voice news - utkalvoicenews.com( ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ତାରିଖ: ୨୭/୦୮/୨୦୨୬ ଢେଙ୍କାନାଳର କୈବଲ୍ୟ ବଜାରସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପବିତ୍ର ବଳଭଦ୍ର ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାତଃକାଳରୁ ମନ୍ଦିରରେ ମଙ୍ଗଳ ଆଳତି, ମହାପ୍ରଭୁଙ୍କ ସ୍ନାନ ନୀତି, ନୂତନ ବସ୍ତ୍ର ପରିଧାନ, ତୁଳସୀ ହାର ଓ ପୁଷ୍ପହାର ଲାଗି ନୀତି ସମ୍ପନ୍ନ କରାଯାଇଥିଲା। ପରେ ଶ୍ରୀବଳରାମଜୀଉଙ୍କୁ ସୁବର୍ଣ୍ଣ ବେଶରେ ସୁସଜ୍ଜିତ କରାଯାଇଥିଲା। ଏହାପରେ ବଲ୍ଲଭ ଭୋଗ ଲାଗି କରାଯାଇଥିବା ବେଳେ ସକାଳ ପ୍ରାୟ ୧୦ଟାରେ ଖେଚେଡ଼ି ଭୋଗ ଅର୍ପଣ କରାଯାଇଥିଲା। ମଧ୍ୟାହ୍ନରେ ମଙ୍ଗଳା ଅର୍ପଣ, ଜନ୍ମ ପୂଜା ଓ ଅନ୍ନଧୂପ ନୀତି ସମ୍ପନ୍ନ ହେବା ପରେ ସନ୍ଧ୍ୟାରେ ଆଳତି ଏବଂ ଶେଷରେ ପହୁଡ଼ ନୀତି ଅନୁଷ୍ଠିତ ହେବ। ଏହି ସମସ୍ତ ନୀତିକାନ୍ତି ପୂଜକ ମଳୟ କର, ମନସୁମନ୍ ମିଶ୍ର, ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ଓ ବ୍ରଜମୋହନ ମହାପାତ୍ର, କାହାଳିଆ ଟିକନ ବେହେରା ଏବଂ ମନ୍ଦିରର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା। ଉତ୍ସବ ଅବସରରେ ମନ୍ଦିର ପରିସରରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା। ସମଗ୍ର ପରିବେଶ ଭକ୍ତି, ଆନନ୍ଦ ଓ ଉତ୍ସାହରେ ଉଦ୍ଭାସିତ ହୋଇଉଠିଥିଲା।
8