କୁଜଙ୍ଗ , 27/02/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ଅନ୍ତର୍ଗତ ବାଲିଆ ପଞ୍ଚାୟତ ବଡ଼ଙ୍ଗ ଠାରେ ଚୈତନ୍ୟ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକଶିତ ଗାଁ 'ବିକଶିତ ଓଡ଼ିଶା ଯୋଜନାରେ ରୂପରେଖ ପ୍ରସ୍ତୁତ ନେଇ ସ୍ୱତନ୍ତ୍ର ବୈଠକରେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଯୋଗଦେଇ ଗାଁ ହେଉଛି ,ଆମ ରାଜ୍ୟ ତଥା ଦେଶର ଆତ୍ମା ।ଆମ ଜନସଂଖ୍ୟାର ଏକ ବଡ଼ ଅଂଶ ଗ୍ରାମାଞ୍ଚଳରେ ହିଁ ବସବାସ କରନ୍ତି ।ତେଣୁ ଗାଁର ବିକାଶ ବିନା ରାଜ୍ୟ କିମ୍ବା ଦେଶର ବିକାଶ ଅସମ୍ଭବ । ଗ୍ରାମ୍ୟରାସ୍ତା ,ପୋଲ ତଥା ଅନ୍ୟ ମୌଳିକ ସୁବିଧା ପାଇଁ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାର ଗାଁର ବିକାଶ ପାଇଁ ଆବଶ୍ୟକ ପ୍ରକଳ୍ପ ଗୁଡିକୁ ଗ୍ରାମସଭାରେ ହିଁ ସ୍ଥିର କରାଯିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି ।ଏହି ଅବସରରେ ମନ୍ତ୍ରୀଙ୍କ ପ୍ରତିନିଧି ଦିଲିପ ବେହେରା ,ଜିଲ୍ଲା ବିଜେପି ସମ୍ପାଦକ ତପନ ତ୍ରିପାଠୀ ,ବାଲିଆ ସମିତି ସଭ୍ୟ ହାପିନା ଦାସ ,କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ ,ଗୋପିଆକୁଦ ସରପଞ୍ଚ ଶ୍ରୀନିବାସ ସ୍ୱାଇଁ ,ଭୁତମୁଣ୍ଡେଇ ପଞ୍ଚାୟତ ସରପଞ୍ଚ ରୋହିତ ଜେନା ,ବିଜେପି କୁଜଙ୍ଗ ମଣ୍ଡଳ ଯୁବମୋର୍ଚା ସଭାପତି ଅମିତ ପ୍ରଧାନ ପ୍ରମୁଖଙ୍କ ସହ ବହୁ ନେତା ଓ ମୁରବି ଉପସ୍ଥିତ ଥିଲେ ।ଏହି ଅବସରରେ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରିବା ପାଇଁ ଲୁଣାନଦୀ ଉପରେ ୨କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ପୋଲ ନିର୍ମାଣ କାର୍ଯ୍ୟ ତୁରନ୍ତ ହେବ ଓ ସେନେଇ ସହଯୋଗ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।
