ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦେଢସରଦେଉଳି ଗ୍ରାମରେ ମହା ଆଡମ୍ବରରେ ପାଳିତ ହେଲା ରକ୍ଷା ବନ୍ଧନ ମହୋତ୍ସବ

ଜଗତସିଂହପୁର, 27/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାଂପୁର ପଂଚାୟତ ଦେଢସରଦେଉଳି ଗ୍ରାମରେ ମହା ଆଡମ୍ବରରେ ରକ୍ଷା ବନ୍ଧନ ମହୋତ୍ସବ ପାଳିତ ହୋଇ ଯାଇଛି । ଆଞ୍ଚଳିକ ରଜ ମହୋତ୍ସବ କମିଟି ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ କ୍ରିଷ୍ଣ। ମହାନ୍ତି ଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗ ରେ ଏହି ମହୋତ୍ସବ ପାଳିତ ହୋଇ ଥିବାବେଳେ ଯୋଗ ଶିବିର, ବୃକ୍ଷ ରୋପଣ ଓ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଛି । ଅଭଳି ଏକ ନିଆରା କାର୍ଯ୍ୟକ୍ରମ ରେ ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ । ରକ୍ଷା ବନ୍ଧନ କେବଳ ରାକ୍ଷୀ ବାନ୍ଧିବାର ପରମ୍ପରା ନୁହେଁ ଏହା ଭାଇ ଭଉଣୀ ମଧ୍ୟରେ ଥିବା ନିଃସ୍ୱାର୍ଥ ଭଲ ପାଇବା ର୍ ପ୍ରତୀକ ବୋଲି କୁହାଯାଏ । ଆଜିର ଏହି କାର୍ଯ୍ୟକ୍ରମ ସମସ୍ତ ଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିପାରିଛି ବୋଲି ଆୟୋଜକ ମାନେ କହିଛନ୍ତି ।
Article Image
Article Image
6