ଜଗତସିଂହପୁର, 27/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ଜଗତସିଂହପୁର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇ ଯାଇଛି । ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ପରସ୍ପର ହାତରେ ରାଖୀ ବାନ୍ଧିବା ସହିତ ମିଠା ଖୁଆଇ ଥିଲେ । ଶିକ୍ଷୟତ୍ରୀ ମାନେ ମଧ୍ୟ ଗୁରୁଜୀ ଙ୍କ ହାତରେ ରାଖୀ ବାନ୍ଧି ଥିଲେ । ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସରସ୍ୱତୀ ଶିଶୁ ମନ୍ଦିରରେ ଧୁମଧାମରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକ ମାନେ ଉପସ୍ଥିତ ଥିଲେ ।